ଅଖିଳ ଭାରତୀୟ କରାଟେ ପ୍ରତିଯୋଗିତାରେ ସୁଶ୍ରୀ ଅନ୍ୱେଷା ପୁରୋହିତଙ୍କୁ ସ୍ୱର୍ଣ ପଦକ
ସମ୍ବଲପୁର, ୨୦ ନଭେମ୍ବର(ହି.ସ.) – ଉତର ପ୍ରଦେଶର ମଥୁରା ଠାରେ ଚଳିତ ମାସ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ହୋଇଥିବା ଅଖିଳ ଭାରତୀୟ କରାଟେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସୁଶ୍ରୀ ଅନ୍ୱେଷା ପୁରୋହିତ ସ୍ୱର୍ଣ ପଦକ ହାସଲ କରିଛନ୍ତି। ସେହିପରି ଅନ୍ୟ ୨ ଜଣ ରୋପ୍ୟ ପଦକ ଓ ୪ ଜଣ କାଂସ୍ୟ ପଦକ ଲାଭ କରି ଓଡିଶା
ଅଖିଳ ଭାରତୀୟ କରାଟେ ପ୍ରତିଯୋଗିତାରେ  ସୁଶ୍ରୀ ଅନ୍ଵେଷା ପୁରୋହିତଙ୍କୁ ସ୍ଵର୍ଣ ପଦକ


ଅଖିଳ ଭାରତୀୟ କରାଟେ ପ୍ରତିଯୋଗିତାରେ  ସୁଶ୍ରୀ ଅନ୍ଵେଷା ପୁରୋହିତଙ୍କୁ ସ୍ଵର୍ଣ ପଦକ


ସମ୍ବଲପୁର, ୨୦ ନଭେମ୍ବର(ହି.ସ.) – ଉତର ପ୍ରଦେଶର ମଥୁରା ଠାରେ ଚଳିତ ମାସ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ହୋଇଥିବା ଅଖିଳ ଭାରତୀୟ କରାଟେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସୁଶ୍ରୀ ଅନ୍ୱେଷା ପୁରୋହିତ ସ୍ୱର୍ଣ ପଦକ ହାସଲ କରିଛନ୍ତି। ସେହିପରି ଅନ୍ୟ ୨ ଜଣ ରୋପ୍ୟ ପଦକ ଓ ୪ ଜଣ କାଂସ୍ୟ ପଦକ ଲାଭ କରି ଓଡିଶାକୁ ଗୌରବନୀତ୍ୱ କରିଛନ୍ତି। ଏହି ସମସ୍ତ ଶିକ୍ଷାର୍ଥୀ ଧନୁପାଲି ଶିଶୁ ବିଦ୍ୟା ମନ୍ଦିରର।

ଏହି କୃତିତ୍ୱ ପାଇଁ ବୁଧବାର ବିଦ୍ୟାଳୟ ବୌଦ୍ଧିକ ମଣ୍ଡପ ଠାରେ ସେମାନଙ୍କୁ ବିଦ୍ୟାଳୟର ପରିଚାଳନା ସମିତି ଙ୍କ ଉପସ୍ଥିତି ରେ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସମସ୍ତ ଭାଇଭଉଣୀ ଓ ସଫଳତା ପାଇଥିବା ପ୍ରତିଯୋଗୀଙ୍କ ପିତା ମାତା ଉପସ୍ଥିତ ଥିଲେ। କରାଟେ ପ୍ରତିଯୋଗୀଙ୍କ ସହ ଯାଇଥିବା ବିଦ୍ୟାଳୟର ଶ୍ରୀମତୀ କୁଞ୍ଜଲତା ହୋତା ଓ ଅମୃତ ପଟେଲ ଓ ପ୍ରଶିକ୍ଷକ ଭବାନୀ ଶଙ୍କର ପଣ୍ଡାଙ୍କୁ ମଧ୍ୟ ସମର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ରଙ୍କ ପୌରୋହିତ୍ୟରେ ସମର୍ଦ୍ଧିତ କାର୍ଯ୍ୟ ସମାପନ ହୋଇଥିଲା। ଏହି କୃତିତ୍ୱ ପାଇଁ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ର ସୁଅ ଛୁଟୁଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande