
ବଲାଙ୍ଗୀର, ୨୦ ନଭେମ୍ବର(ହି.ସ.) – ଭାରତ ସରକାର ଶାଖା ସୂକ୍ଷ୍ମ ଲଘୁ ଏବଂ ମାଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ରାଉରକେଲା ଓ ବଲାଙ୍ଗିର ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସଦର ବ୍ଲକ ସଭା ଗୃହଠାରେ ରାଇସ ମିଲର ମାନଙ୍କୁ ନେଇ କ୍ଲଷ୍ଟର ଡେଭଲପମେଂଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ସରକାରଙ୍କ କ୍ଲଷ୍ଟର ଡେଭଲପମେଂଟ ପଲିସି ମାଧ୍ୟମରେ ରାଇସ ମିଲରମାନଙ୍କ ସାମୁହିକ ଉନ୍ନତି ହୋଇପାରିବ। ଏଥିରେ କ୍ଲଷ୍ଟର ସ୍କିମ ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ ନିର୍ଦ୍ଦେଶକ ରାଉରକେଲା ଡ. ସୁମନ୍ତ କୁମାର ସାହୁ କରିଥିବାବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବି.ପି. ଦାସ, ଏସଏମଇ କଟକର ସୁବାସ କୁମାର ସାହୁ, ସହ ନିର୍ଦ୍ଦେଶକ ରାଉରକେଲା ଶାଖାର ଦୀପକ କୁମାର ନାୟକ, ଜିଲ୍ଲା ରାଇସ ମିଲ ସଭାପତି ସମର ରଥ, ସମ୍ପାଦକ ପୀୟୂଷ ଅଗ୍ରୱାଲ, ସହିତ ୨୦ ରୁ ଉର୍ଦ୍ଧ ରାଇସ ମିଲ ମାଲିକମାନେ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ଏକ ଇଥାନଲ ଶିଳ୍ପ ପୁଞ୍ଜ ପ୍ରତିଷ୍ଠା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ