ଐତିହାସିକ ତ୍ୟାଗଭୂମି ଭଦ୍ରକର ସର୍ବାଙ୍ଗୀନ ବିକାଶ ନିତାନ୍ତ ଜରୁରୀ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଏକାଦଶ ସନ୍ଧ୍ୟା
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ମା'' ଭଦ୍ରକାଳୀଙ୍କ ନାମରେ ନାମିତ ଭଦ୍ରକ ଭୂମିରେ ବହୁ ଧର୍ମ ପ୍ରଚାରକ,ସନ୍ଥ, ମହାପୁରୁଷ, ମନୀଷୀ, ରାଜନେତା ପଦାର୍ପଣ କରିଥିବା ବେଳେ ଏହି ପବିତ୍ର ଭୂମି ସ୍ୱାଧୀନତା ସଂଗ୍ରାମ, ଧର୍ମୀୟଧାରା, ସାହିତ୍ୟ,କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ନୌବାଣିଜ୍ୟ, ବିଜ୍ଞାନ ଆଦି
BHADRAK MOHASTAV & PUSTAK MELA 11TH EVENING


ଭଦ୍ରକ, ୨୦ ନଭେମ୍ବର (ହି.ସ.) - ମା' ଭଦ୍ରକାଳୀଙ୍କ ନାମରେ ନାମିତ ଭଦ୍ରକ ଭୂମିରେ ବହୁ ଧର୍ମ ପ୍ରଚାରକ,ସନ୍ଥ, ମହାପୁରୁଷ, ମନୀଷୀ, ରାଜନେତା ପଦାର୍ପଣ କରିଥିବା ବେଳେ ଏହି ପବିତ୍ର ଭୂମି ସ୍ୱାଧୀନତା ସଂଗ୍ରାମ, ଧର୍ମୀୟଧାରା, ସାହିତ୍ୟ,କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ନୌବାଣିଜ୍ୟ, ବିଜ୍ଞାନ ଆଦି କ୍ଷେତ୍ରରେ ଐତିହାସିକ ପଦଚିହ୍ନ ରଖିଯାଇଛି। କିନ୍ତୁ ୧୯୯୩ ମସିହାରୁ ଭଦ୍ରକ ଉପଖଣ୍ଡ ଜିଲ୍ଲାର ମାନ୍ୟତା ପାଇଥିଲେବି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ଶିଳ୍ପ, ସଡ଼କ ପରିବହନ ଆଦି ବହୁ କ୍ଷେତ୍ରରେ ଭଦ୍ରକର ଆଖି ଦୃଶିଆ ବିକାଶ ହୋଇ ନାହିଁ ।ଏଣୁ ଏହି ଐତିହାସିକ ତ୍ୟାଗଭୂମି ଭଦ୍ରକର ସର୍ବାଙ୍ଗୀନ ବିକାଶ ନିତାନ୍ତ ଜରୁରୀ ବୋଲି ଉତ୍କଳ ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଏକାଦଶ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଏକାଦଶ ସଂନ୍ଧ୍ୟାକୁ ଭଦ୍ରକର ପୂର୍ବତନ ସାଂସଦ ଜନନାୟକ, ଅର୍ଜୁନ ଚରଣ ସେଠୀଙ୍କ ସ୍ମତିରେ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ ' ବିକାଶ ଧାରାରେ ଭଦ୍ରକ ' ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବର ସମ୍ପାଦକ ରବି ନାରାୟଣ ଖିଲାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲ। ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ବିଶିଷ୍ଟ ଅତିଥି, ସାମ୍ୟବାଦୀ ନେତା ଆଡଭୋକେଟ୍ ଦିବ୍ୟସିଂହ ନାୟକ ବରେଣ୍ୟ ଅତିଥି ,ସେବା ନିବୃତ ଅଧ୍ୟକ୍ଷ ତଥା ପ୍ରଖ୍ୟାତ କଥାକାର ପବିତ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା , ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତ୍ ଲତା ନାୟକ, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କୁମାର ମହାନ୍ତି ,ଧାମରା ସାହିତ୍ୟ ସଂସଦ, ରାଉରକେଲା ସମ୍ପାଦକ ସୁଶାନ୍ତ କୁମାର ନାୟକ, କଂଗ୍ରେସର ରାଜ୍ୟ ଦଳିତ ସଂଘ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ପୂର୍ବତନ ଭଦ୍ରକ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ କଳ୍ପନା ଜେନା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । କବି ନାରାୟଣ ପାଢ଼ୀ ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ଟ୍ରଷ୍ଟର ସଭାପତି ଇଂ ଅଭୟ ସୂତାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଏବଂ ମହୋତ୍ସବ ଉପଦେଷ୍ଟା ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କାର୍ଯ୍ୟକ୍ରମକୁ ନାଟ୍ୟଶ୍ରୀ ନିର୍ମଳ ରାଉତ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ଅଞ୍ଜୁବାଳା ରାଉତ, ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ। ଏହି ସନ୍ଧ୍ୟାରେ ଏମ୍‌. ଏମ୍‌. ଡ୍ୟାନ୍ସ ଗ୍ରୁପ ଚରମ୍ପା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande