
ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ସାଲିଆସାହିରେ ଘର ଉଚ୍ଛେଦକୁ ନେଇ ବିଏମସି କମିଶନର ଚଂଚଲ ରାଣା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଉଚ୍ଛେଦ କରାଯାଉଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଦିଆଯିବ। ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ହେବେ ନାହିଁ। ୪୫୫ ଘର ମହଜୁଦ ରହିଛି, ଯେତେ ଆବଶ୍ୟକ ପଡ଼ିବ ଦିଆଯିବ। ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ବସ୍ତି ଉଚ୍ଛେଦ ସହ ଲୋକଙ୍କୁ ବାସ ଉପଯୋଗୀ ଘର ଦେବା ମୂଳଲକ୍ଷ୍ୟ ବୋଲି କହିଛନ୍ତି ବିଏମସି କମିଶନର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା