ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ହେବେ ନାହିଁ - ବିଏମସି କମିଶନର,.
ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ସାଲିଆସାହିରେ ଘର ଉଚ୍ଛେଦକୁ ନେଇ ବିଏମସି କମିଶନର ଚଂଚଲ ରାଣା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଉଚ୍ଛେଦ କରାଯାଉଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଦିଆଯିବ। ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ହେବେ ନାହିଁ। ୪୫୫ ଘର ମହଜୁଦ ରହିଛି, ଯେତେ ଆବଶ୍ୟକ
ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ହେବେ ନାହିଁ - ବିଏମସି କମିଶନର,.


ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ସାଲିଆସାହିରେ ଘର ଉଚ୍ଛେଦକୁ ନେଇ ବିଏମସି କମିଶନର ଚଂଚଲ ରାଣା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଉଚ୍ଛେଦ କରାଯାଉଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଦିଆଯିବ। ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ହେବେ ନାହିଁ। ୪୫୫ ଘର ମହଜୁଦ ରହିଛି, ଯେତେ ଆବଶ୍ୟକ ପଡ଼ିବ ଦିଆଯିବ। ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ କେବେ ବି ଘର ଦିଆଯାଇପାରିବନି। ବସ୍ତି ଉଚ୍ଛେଦ ସହ ଲୋକମାନଙ୍କୁ ବାସୋପଯୋଗୀ ଘର ଯୋଗାଇ ଦେବା ଆମର ମୂଳଲକ୍ଷ୍ୟ। ବିକଶିତ ଭୁବନେଶ୍ୱର ପାଇଁ ବାମପର୍ଶ୍ୱ ସମନ୍ତରାଳ ରାସ୍ତାର ବହୁତ ଆବଶ୍ୟକତା ରହିଛି। ତେଣୁ ରାସ୍ତା ନିର୍ମାଣ ପାଇଁ ଜବରଦଖଲ ମୁକ୍ତ କରିବା ପାଇଁ ଆମେ ଚେଷ୍ଟା କରୁଛୁ। ପୂର୍ବରୁ ଆମେ ଏନେଇ ସେଠିକାର ଲୋକଙ୍କୁ ନୋଟିସ ଦେଇଥିଲୁ। ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ କରିଛୁ। ବୁଦ୍ଧ ବିହାରରେ ଥିବା ଫ୍ଲାଟରେ ଅନେକ ଲୋକଙ୍କୁ ନେଇ ଥଇଥାନ କରାଗଲାଣି। କିଛି ଲୋକଙ୍କୁ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ର ଓ ମଣ୍ଡପରେ ରଖାଯାଇଛି। ସେମାନଙ୍କୁ ତିନି ବେଳା ଖାଇବାକୁ ଦିଆଯାଉଛି। ଉଚ୍ଛେଦ ଯୋଗୁଁ ପିଲାଙ୍କ ପାଠ ପଢ଼ା ଯେମିତି ବାଧାପ୍ରାପ୍ତ ନ ହେବ ସେଥିପାଇଁ ସେଠିକାର ସ୍କୁଲରେ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande