ଭାରତ-ପାକିସ୍ତାନ ବର୍ଡର ପାଖରେ ବୈଷୟିକ ତ୍ରୁଟି ଯୋଗୁ ବିଲରେ ପଡ଼ିଲା ବାୟୁସେନାର ୟୁଏବି
ଜୋଧପୁର, ୨୦ ନଭେମ୍ବର(ହି.ସ.) – ଜୈସଲମେରରେ ଭାରତ-ପାକିସ୍ତାନ ସୀମାରେ ଗୁରୁବାର ଦିନ ବାୟୁସେନାର ରିମୋଟଲୀ ପାୟଲଟେଡ ଏୟାରକ୍ରାପ୍ଟ(ଆର୍‌ପିଏ) ଇଞ୍ଜିନ ରେ ବୈଷୟିକ ତ୍ରୁଟି ଦେଖା ଦେବା ପରେ ରାମଗଡ଼ରେ ନହରୀ ଅଂଚଳରେ ବିଲରେ ପଡ଼ିଥିଲା। ସୂଚନା ପରେ ପୋଲିସ୍ ଏବଂ ବାୟୁସେନା, ସେନାର ଅଧିକାରୀ ଘଟଣାସ୍ଥଳରେ
ଭାରତ-ପାକିସ୍ତାନ ବର୍ଡର ପାଖରେ ବୈଷୟିକ ତ୍ରୁଟି ଯୋଗୁ ବିଲରେ ପଡ଼ିଲା ବାୟୁସେନାର ୟୁଏବି


ଜୋଧପୁର, ୨୦ ନଭେମ୍ବର(ହି.ସ.) – ଜୈସଲମେରରେ ଭାରତ-ପାକିସ୍ତାନ ସୀମାରେ ଗୁରୁବାର ଦିନ ବାୟୁସେନାର ରିମୋଟଲୀ ପାୟଲଟେଡ ଏୟାରକ୍ରାପ୍ଟ(ଆର୍‌ପିଏ) ଇଞ୍ଜିନ ରେ ବୈଷୟିକ ତ୍ରୁଟି ଦେଖା ଦେବା ପରେ ରାମଗଡ଼ରେ ନହରୀ ଅଂଚଳରେ ବିଲରେ ପଡ଼ିଥିଲା। ସୂଚନା ପରେ ପୋଲିସ୍ ଏବଂ ବାୟୁସେନା, ସେନାର ଅଧିକାରୀ ଘଟଣାସ୍ଥଳରେ ପହଂଚିଛନ୍ତି।

ବାୟୁସେନା ଏକ ବୟାନରେ କହିଛନ୍ତି ଯେ ରୁଟିନ୍ ଟ୍ରେନିଂ ମିଶନ ସମୟରେ ରିମୋଟଲି ପାୟଲଟେଡ ଏୟାରକ୍ରାପ୍ଟ ଇଂଜିନ୍‌ରେ ଅସୁବିଧା ଆସିବା ପରେ ଜୈସଲମେର ପାଖରେ ସୁରକ୍ଷିତ ରୂପେ ଲ୍ୟାଣ୍ଡ କରାଯାଇଛି। ଆର୍‌ପିଏକୁ ଏକ ଖାଲି ପଡ଼ିଆରେ ଜବତ କରାଯାଇଛି, ଯେଉଁଥିରେ ଜମିରେ କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ ଆର୍‌ପିଏକୁ ମଧ୍ୟ କମ୍ ସେ କମ୍ କ୍ଷତି ହୋଇଛି।

ତେବେ ରାମଗଡ଼ ନହରୀ କ୍ଷେତ୍ରର ଏକ କ୍ଷେତରେ ଗୁରୁବାର ଦୋପହର ପ୍ରାୟ ଦୁଇଟାରେ ସ୍ଥାନୀୟ କୃଷକ ଦେଖିଲା ଏବଂ ପୋଲିସ୍‌କୁ ସୂଚନା ଦେଇଥିଲା। ସୂଚନାରେ ଭାରତୀୟ ବାୟୁସେନା ଏବଂ ସେନାର ଟିମ୍ ଘଟଣାସ୍ଥଳରେ ପହଂଚିଛି। ବାୟୁସେନାର ଟିମ୍ ଘଟଣାସ୍ଥଳରେ ପହଂଚି ଯାଂଚ କରୁଛି। ଡ୍ରୋନ୍ ଭୂମିରେ ପଡ଼ିବା ପରେ କେତେ ଫୁଟ୍ ପର୍ଯ୍ୟନ୍ତ ସ୍ଲାଇଡ କରି ମାଟିରେ ଖିଚାଂୱ ବନାଇଛି। ଏହାର ଆଗ ଅଂଶ କ୍ଷତିଗ୍ରସ୍ତ ହୋଇଛି। ପକ୍ଷୀ ଏବଂ ପଛ ଅଂଶର ଫିନ୍ସ ସୁରକ୍ଷିତ ଅଛି। ଡ୍ରୋନ୍ କୌଣସି ସର୍ଭିଲାନ୍ସ, ରେକର୍ଡିଂ ବା ଟେକ୍‌ନିକ ନିଗରାନୀ ମିଶନରେ କାମ ଆସୁଥିବା ମଡ୍ୟୁଲ ଅଟେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande