ନୂଆପଡା ରେ ବିଜେଡି ର ପରାଜୟ ପ୍ରସଙ୍ଗ : ଆମର ପ୍ରାର୍ଥୀ ଚୟନରେ ଭୁଲ ରହିଲା – ଭୂପିନ୍ଦର ସିଂ
ଭୁବନେଶ୍ୱର, 20 ନଭେମ୍ବର (ହି.ସ.) ନୂଆପଡା ଉପ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ନିର୍ବାଚନ ପରିଚାଳନା କରୁଥିବା ନେତା ମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତା ଭୂପିନ୍ଦର ସିଂହ । ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ କରାଇବା ଉପରେ ମଧ୍ୟ ସ
ନୂଆପଡା ରେ ବିଜେଡି ର ପରାଜୟ ପ୍ରସଙ୍ଗ : ଆମର ପ୍ରାର୍ଥୀ ଚୟନରେ ଭୁଲ ରହିଲା – ଭୂପିନ୍ଦର ସିଂ


ଭୁବନେଶ୍ୱର, 20 ନଭେମ୍ବର (ହି.ସ.) ନୂଆପଡା ଉପ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ନିର୍ବାଚନ ପରିଚାଳନା କରୁଥିବା ନେତା ମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତା ଭୂପିନ୍ଦର ସିଂହ । ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ କରାଇବା ଉପରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ ନୂଆପଡା ରେ ମୋର ଭଲ ପରିଚୟ ଥିଲେ ବି କୌଣସି ଦାୟିତ୍ଵ ଦିଆଯାଇ ନଥିଲା। ଆମର ପ୍ରାର୍ଥୀ ଚୟନ ଭୁଲ ରହିଲା। ସ୍ଵର୍ଗତଃ ରାଜୁ ଢୋଲକିଆ ଙ୍କ ସହାନୁଭୂତି ଗଲା ବିଜେପି ପ୍ରାର୍ଥୀ କୁ। କଂଗ୍ରେସ ଦଳ ବହୁ ଆଗରୁ ଘାସିରାମ ମାଝି ଙ୍କ ନାଁ ଘୋଷଣା କରିଦେଲା। କିନ୍ତୁ ଆମ ଦଳ କାହିଁକି ଶୀଘ୍ର ଜୟ ଢୋଲକିଆ ଙ୍କ ନାଁ କୁ ପ୍ରାର୍ଥୀ ଭାବେ ଘୋଷଣା କଲାନାହିଁ। ସେଥିପାଇଁ ତାଙ୍କ ପରିବାକୁ ବିଶ୍ବାସ ଆସିଲାନି ଯେ ବିଜେଡ଼ି ତାଙ୍କୁ ଟିକେଟ୍ ଦେବ ବୋଲି। ଆଉ ସେ ବିଜେପି ପଳାଇଲେ। ଯେଉଁ 80 ନେତାଙ୍କୁ ଦାୟିତ୍ଵ ଦେଇଥିଲା ବିଜେଡ଼ି ସେଥିରେ ମୋର ନାଁ ନରହିବା ତାର କାରଣ କଣ ଦଳକୁ ଆପଣ ମାନେ ପଚାରନ୍ତୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, 32 ବୁଥ ରେ 3ଟି, 5ଟି,11 ଟି ଭଳି ଭୋଟ ପାଇଛି ବିଜେଡି। କାହିଁକି ଏଭଳିହେଲା ଯେଉଁ ମାନେ ଦାୟିତ୍ୱ ରେ ଥିଲେ କହିବେ ବୋଲି ସେ କହିଛନ୍ତି । ନୂଆପଡ଼ାରେ ପ୍ରଚାର ହେଇଗଲା ଯେ, ବିଜେଡ଼ି ଚାହୁଞ୍ଚି ଯେ ବିଜେପି ଜିତୁ ବୋଲି। କାହିଁକି ନୂଆପଡ଼ାରେ ଏ ପ୍ରଚାର ହେଲା ମୁଁ ଜାଣିନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଦଳର ସମ୍ମାନ ଓ ମର୍ଯ୍ୟାଦା ସରିଗଲା। ନବୀନ ବାବୁ ଙ୍କୁ ଏ ଅବସ୍ଥା ରେ କାହିଁକି ନିଆଗଲା। ଏହା ତାଙ୍କ ପ୍ରତି ଅପମାନ। ନବୀନ ବାବୁଙ୍କୁ ନେବାର ଆବଶ୍ୟକତା ନଥିଲା । ନବୀନଙ୍କ ବଡ ରାଲି ବି କାମ ଦେଲାନି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଲମ୍ବୋଦର ନିଆଲ କେବେ ଚାହୁଁ ନଥିଲେ ଏମପି ରେ ଲଢିବାକୁ। ସେ ବିଧାୟକ ଲଢିବାକୁ ଚାହୁଁଥିଲେ। 2024 କଳାହାଣ୍ଡି ଏମପି ଟିକେଟ୍ ଲମ୍ବୋଦର ଙ୍କୁ ଦେବା ଦିନଠୁଁ ଜଣା ପଡୁଥିଲା ଆମେ ବିଜେପି କୁ ଆସିବାକୁ ଦେଉଛୁ।

ସେ କହିଛନ୍ତି ଯେ,ଲୋକଙ୍କୁ ସୁଭଦ୍ରା ଓ ଚାଷୀ ଙ୍କୁ ବୋନସ କାମ ଦେଲା। ପରାଜୟ ପରେ ବିଜେଡ଼ି ଯନ୍ତ୍ରାଦେଶ କହିଲେ ହେବନି, ପ୍ରମାଣିତ କରିବାକୁ ହେବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande