
ଘଟଗାଁ, ୨୦ ନଭେମ୍ବର(ହି.ସ.) – କୋର୍ଟ ନିର୍ଦ୍ଦେଶ ପରେ ଶ୍ମଶାନ ଜବର ଦଖଲ ଜମିରେ ଚାଲିଲା ବୁଲ ଡ୍ରୋଜର ୨୪ ଘଂଟା ନପୁରୁଣୁ ନିର୍ମାଣ ହେଲା ତେଂଟ ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମରେ ଦୀର୍ଘ ଦିନ ଧରି କିଛି ଲୋକ ଜବର ଦଖଲ କରି ଥିବାବେଳେ ବୁଧବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦକୁ ୨୪ ଘଂଟା ନପୁରୁଣୁନେଇ ଉକ୍ତ ସ୍ଥାନମାନଙ୍କରେ ଟେଂଟରେ ନିର୍ମାଣ କାର୍ଯ୍ୟ ହୋଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ଗ୍ରାମରେ! ସୂଚନା ଅନୁଯାଇ ଭଣ୍ଡାରିଡିହା ପଂଚାୟତ ତୋରାଣିଆପାଳ ଓ ବସନ୍ତପୁରା ଗ୍ରାମରେ ସ୍ମଶାନ ଜାଗାକୁ ଜବଦଖଲ କରି ରହିଆସୁଥିଲେ ପାଂଚ ଗୋଟି ପରିବାର! ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗାଁ ଶ୍ମଶାନ ନିମନ୍ତେ ଜାଗା ନିଅଣ୍ଟ ହେବାରୁ ଉକ୍ତ ସ୍ଥାନକୁ ସ୍ମଶାନରେ ପରିଣତ କରିବାକୁ ପ୍ରଶାସନ ନିକଟରେ ଦାବିକରି ଜବରଦଖଲ ଉଛେଦ ନିମନ୍ତେ ଉଚନ୍ୟାୟାଳୟ ନିର୍ଦେଶ ଆଣି ବିଗତ ଦିନରେ ଜବରଦଖଲ ଉଛେଦ କରିଥିଲେ ମଧ୍ୟ ପୁନର୍ବାର ଉକ୍ତ ସ୍ଥାନରେ ସେହି ପାଂଚ ପରିବାର ଜବରଦଖଲ କରି ରହିଆସୁଥିଲେ! ହାଇକୋର୍ଟଙ୍କ ନିର୍ଦେଶ ଅନୁଯାଇ ଉକ୍ତ ସ୍ଥାନକୁ ଜୁନ ୧୮ରୁ ଜୁନ ମାସ ୩୦ ତାରିଖ ମଧ୍ୟରେ ଉଛେଦ କରାଯିବାର ପ୍ରସ୍ତାବ ଥିଲେ ମଧ୍ୟ ଜବରଦଖଲକାରୀଙ୍କ ଅନୁରୋଧ କ୍ରମେ ଏହାକୁ ଅକ୍ଟୋବର ୧୦ ତାରିଖ ଉଛେଦ ପାଇଁ ସ୍ଥିର କରାଯାଇଥିଲା ଓ ପୁନର୍ବାର ଏହା ନଭେମ୍ବର ୧୮ ପର୍ଯ୍ୟନ୍ତ ଘୁଂଚାଯାଇ ପ୍ରଶାସନ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଜବରଦଖଲକାରୀ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ପ୍ରଶାସନପକ୍ଷରୁ ଉଛେଦ କରାଯାଇଛି। ହେଲେ ଏହି ଉଚ୍ଛେଦ ଅଭିଯାନକୁ ୨୪ ଘଂଟା ନପୁରୁଣୁ ଉକ୍ତ ସ୍ଥାନରେ ତେଂଟ ନିର୍ମାଣ କରିଥିବା ଦେଖିବାକୁ ମିଳିଛି।
ଉକ୍ତ ଉଛେଦ ସମୟରେ ଘସିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁ, ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ କୁମାର ଛୁରା, ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ବେହେରା, ଘସିପୁରା ଆଇ.ଆଇ.ସି କିଶୋର ପ୍ରଧାନ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇ ଜବର ଦଖଲ ଉଛେଦ କରି ବିସ୍ଥାପିତଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଚାରି ଡ଼ିସିମିଲ ଲେଖାଁ ଜାଗା ଦିଆଯାଇଛି ! ପ୍ରକାଶ ଆଉକି ଦୀର୍ଘ ୨୪ବର୍ଷ ରୁ ଉର୍ଦ୍ଦ ହେବ ବିଜେଡି ସରକାର ସମୟରେ କୋର୍ଟ ନିର୍ଦ୍ଦେଶ କରିଥିଲେ ମଧ୍ୟ ଜବର ଦଖଲ ଜମି ଉଚ୍ଛେଦ ହୋଇପାରି ନଥିଲା ମୋହନ ସରକାର ଆସିବାର ୧୪ ମାସ ମଧ୍ୟରେ ଜବର ଦଖଲ ଶ୍ୱଶାନ ରେ ଚାଲିଲା ବୁଲ ଡ୍ରୋଜର ଚଳାଇ ଜବର ଦଖଲ ଉଚ୍ଛେଦ କରି ଦେଖାଇଥିବା ବେଳେ ୨୪ ଘଂଟା ନପୁରୁଣୁ ସେହିସ୍ଥାନରେ ତେଂଟ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଏହା ପ୍ରଶାସନକୁ ଏକ ପ୍ରକାର ଚାଲେଞ୍ଜବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ଚାଲିଛି।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ