
ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ବିଧାନସଭାରେ ଶପଥ ଗ୍ରହଣ କରିଥିବା ନବ ନିର୍ବାଚିତ ନୂଆପଡା ବିଧାୟକ ଜୟ ଢୋଲକିଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ଓଡ଼ିଶା ବିଧାନସଭାରେ ଶପଥ ଗ୍ରହଣ କରିଥିବା ନବ ନିର୍ବାଚିତ ବିଧାୟକ ଶ୍ରୀ ଜୟ ଢୋଲକିଆଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ଲୋକତନ୍ତ୍ରର ଏହି ପବିତ୍ର ଗୃହର ଗରିମା, ପାରଦର୍ଶିତା ଓ ଜନସେବାର ଆଦର୍ଶକୁ ସଦା ସର୍ବଦା ଉଚ୍ଚରେ ରଖି ନୂଆପଡ଼ାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣରେ ନିଷ୍ଠା ସହ କାର୍ଯ୍ୟ କରିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ । ଆପଣଙ୍କ ପ୍ରତିଟି ପଦକ୍ଷେପ ନୂଆପଡ଼ାର ଉନ୍ନତି, ଗରିବ କଲ୍ୟାଣ, ମହିଳା ସଶକ୍ତିକରଣ ଏବଂ ଯୁବଶକ୍ତିଙ୍କ ସମୃଦ୍ଧି ପାଇଁ ନୂତନ ମାର୍ଗ ପ୍ରଶସ୍ତ କରୁ । ନୂଆପଡ଼ାର ବିକାଶ କ୍ଷେତ୍ରରେ ଆଗାମୀ ଦିନରେ ମୋର ପୂର୍ଣ୍ଣ ସହଯୋଗ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା