ଦୁର୍ନୀତି ବିରୁଦ୍ଧରେଓସା’ର ରାଜ୍ୟ ସ୍ତରୀୟ ବିକ୍ଷୋଭରେ ଭଦ୍ରକ ସାମିଲ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋର୍ଟ ଅର୍ଡର ପୋଡି
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ମୋହନ ସରକାରଙ୍କ ଓଡିଶା ସୂଚନା କମିଶନର ନିଯୁକ୍ତିରେ ବ୍ୟପକ ଦୁର୍ନୀତି ଏବଂ ଖୁଲମଖୁଲା ଦୁର୍ନୀତିର ଦୁର୍ଗକୁ ସୁରକ୍ଷିତ ରଖିବା ସହ ଏହାର ଅଗ୍ରଗତି ପାଇଁ କରୁଥିବା ସଫଳ ପ୍ରଚେଷ୍ଟା ବିରୁଦ୍ଧରେ ଓଡିଶା ସୂଚନାଧିକାର ଅଭିଯାନ (ଓସା)ର ରାଜ୍ୟବ୍ୟାପୀ ବିକ୍ଷୋଭ ରେ ଭଦ୍ରକ ଜି
DURNITI BIRUDHARE RAJYASTARIYA BIKHYOBHA


ଭଦ୍ରକ, ୨୦ ନଭେମ୍ବର (ହି.ସ.) - ମୋହନ ସରକାରଙ୍କ ଓଡିଶା ସୂଚନା କମିଶନର ନିଯୁକ୍ତିରେ ବ୍ୟପକ ଦୁର୍ନୀତି ଏବଂ ଖୁଲମଖୁଲା ଦୁର୍ନୀତିର ଦୁର୍ଗକୁ ସୁରକ୍ଷିତ ରଖିବା ସହ ଏହାର ଅଗ୍ରଗତି ପାଇଁ କରୁଥିବା ସଫଳ ପ୍ରଚେଷ୍ଟା ବିରୁଦ୍ଧରେ ଓଡିଶା ସୂଚନାଧିକାର ଅଭିଯାନ (ଓସା)ର ରାଜ୍ୟବ୍ୟାପୀ ବିକ୍ଷୋଭ ରେ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ୍ କାର୍ଯ୍ୟ କର୍ତା ମାନେ ସାମିଲ ହୋଇ ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ସରକାରୀ ବିରୋଧୀ ନାରା ଦେଇ ସରକାରଙ୍କ ଦ୍ୱାରା ବ୍ୟାପକ ଅର୍ଥକାରବାର ରେ ନିଯୁକ୍ତି ଦିଆଯାଇଥିବା ମୂର୍ଖ ,ଅଶିକ୍ଷିତ ଅନଭିଜ୍ଞ ଏବଂ ଅସାମାଜିକ ସୂଚନା କମିଶନର ମାନଙ୍କୁ ତୁରନ୍ତ ବହିଷ୍କାର କରାଯାଇ ନୂତନ କମିଶନର ଙ୍କୁ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଗଣତନ୍ତ୍ର ସୁରକ୍ଷା କବଚ ଭାବେ ନିଆଯାଇଥିବା ସୂଚନାଧିକାର ଆଇନ୍ ର ତଂଟି ଚିପି ହତ୍ୟା କରାଯିବାକୁ ଏହା ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏକ ବିଧିବଦ୍ଧ ଯୋଜନା ବୋଲି ବକ୍ତବ୍ୟ ରଖିବା ସହ ଏହି ଆଇନ୍ ସମନ୍ଧେ ସାମାନ୍ୟ ତମ ଜ୍ଞାନ ନଥିବା ଏବର ନବନିଯୁକ୍ତ କମିଶନର ମାନେ ମାରାତ୍ମକ ତ୍ରୁଟିପୂର୍ଣ ଅର୍ଡର ଲେଖୁଥିବା ସହ ସୂଚନା କର୍ମୀ ମାନଙ୍କୁ ଏକନିର୍ଦ୍ଧିଷ୍ଟ ସଂଖ୍ୟକ ସୂଚନା ମାଗିବାକୁ, ବର୍ଷ ବର୍ଷ ପାଇଁ ସୂଚନା ମାଗିନପାରିବାକୁ ପ୍ରତିବନ୍ଧକ ଲଗାଇବା ଆଦି ଅସାମ୍ବିଧାନିକ ନିର୍ଦ୍ଦେଶ ମାନ ଦେବା ସହ ପିଆଓ ମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କୁ ସୂଚନା ନଦେବାକୁ ଖୋଲାଖୋଲି କୋର୍ଟରୁମ ରେ କହିବା ଆଦି ଅଗଣତାନ୍ତ୍ରିକ ନ୍ୟାୟିକ ପ୍ରକ୍ରିୟା।ପାଇଁ ରାସ୍ତା ତିଆରି କରୁଛନ୍ତି ବୋଲି ମୁଖ୍ୟ କାର‌୍ୟକର୍ତା ମାନେ ପ୍ରତିକ୍ରିୟା ରଖିବା ସହ ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଏହିସବୁ ଅର୍ଡର କୁ ସର୍ବସମ୍ମୁଖରେ ପୋଡିଛନ୍ତି। ଯଦି ଏହାର ସ୍ଥାୟୀ ପ୍ରତିକାର ସରକାର ନକରନ୍ତି ତେବେ ଆଗାମୀ ଦିନରେ ଏହି ଅସାଧୁ ସରକାର ଓ ପ୍ରଶାସନର ଅସାଧୁ ମେଳି କୁ ଜନସାଧାରଣ ରାଜରାସ୍ତାରେ ପଡିବା ସହ ମୋହନ ସରକାର ସର୍ବମତେ ପ୍ରତ୍ୟାକ୍ଷୀତ ହେବ ବୋଲି ରାଲିରେ ଥିବା ସୂଚନା କର୍ମୀ ମାନେ କହିଛନ୍ତି। ଆଜିର ଏହି ବିକ୍ଷୋଭ ରେ ଆବାହକ ବିଶ୍ୱକେଶରୀ ମହାନ୍ତି, ସଭାପତି ପ୍ରକାଶ ଜେନା ଙ୍କ ସହ କାର୍ଯ୍ୟ କାରୀ କମିଟିର ମୁଖ୍ୟ ମାନଙ୍କ ମଧ୍ୟରେ ବିପ୍ଳବ ହୋତା,ବିକାଶ ଧଳ, ସୁଶାନ୍ତ ରାଉତ , ରବିନ୍ଦ୍ର ଦାସ , ବ୍ରଜ କିଶୋର ଦାସ, ପ୍ରଫୁଲ୍ଲ ପାଢି ପ୍ରମୁଖ ସାମିଲ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande