ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ପାଳିତ
ମାଲକାନଗିରି, ୨୦ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସ°ସ୍କୃତି ଭବନରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ସ୍ତରୀୟ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସମବାୟ ସମୁହର ଉପ ନିବନ୍ଧକ ଥିଓଫିଲ ଶବର ଅ
ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ପାଳିତ


ମାଲକାନଗିରି, ୨୦ ନଭେମ୍ବର (ହି.ସ.)-

ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସ°ସ୍କୃତି ଭବନରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ସ୍ତରୀୟ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସମବାୟ ସମୁହର ଉପ ନିବନ୍ଧକ ଥିଓଫିଲ ଶବର ଅଧ୍ୟକ୍ଷତା କରିଥିବାବେଳେ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେସିସି ବ୍ୟାଙ୍କ ନିର୍ଦ୍ଦେଶକ ଗୋପୀ ପାଙ୍ଗୀ, ବିଧାୟକ ପ୍ରତିନିଧି ନିହାର ରଞ୍ଜନ ରାୟ, ସହକାରୀ ନିବନ୍ଧକ ବି. ଭେଙ୍କଟ ରାଓ ଓ ସମବାୟ ଅଡିଟର କାହ୍ନୁ ଚରଣ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

ସର୍ବ ପ୍ରଥମେ ଠାକୁର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦ୍ୱିପ ପ୍ରଜ୍ବଳନ କରାଯାଇଥିଲା ଏବଂ ଏହାପରେ ଉତ୍କଳ ଗୈାରବ ମଧୂସୁଦନ ଦାସଙ୍କ ତୈଳଚିତ୍ର ରେ ମାଲ୍ୟାର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ଅତିଥିଙ୍କ ସମ୍ବର୍ଦ୍ଧନା ପର୍ବ ଆରମ୍ଭ ହେବା ସହ ପ୍ରାରମ୍ଭିକ ସଙ୍ଗୀତ ଗାନରେ ସମସ୍ତେ ବନ୍ଦେ ମାତରଂ ଜାତୀୟ ଗୀତ ଗାନ କରିଥିଲେ । ପ୍ରଥମେ ଉପ ନିବନ୍ଧକ ଥିଓଫିଲ ଶବର ସମବାୟ ବିଭାଗ ତରଫରୁ ଆଗତ ଶିର୍ଷକ ଆତ୍ମନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ ଉପରେ ଆଲୋକପାତ କରିଥିଲେ ଓ ପରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ ଯେ, ଭାରତ ଏକ କୃଷିପ୍ରଧାନ ଦେଶ ଓ କୃଷକ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଲେ ନିଶ୍ଚୟ ଦେଶ ମଧ୍ୟ ବୃହତ ଅର୍ଥନୀତି ଆଡ଼କୁ ଅଗ୍ରସର କରିବ ତତ୍ ସହିତ ସେ ସମସ୍ତ ଅଧିକାରୀ ମାନଙ୍କୁ କୃଷି ଓ କୃଷକର ସର୍ବାଙ୍ଗିନ ଉନ୍ନତିରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଥିଲେ । ଏହାପରେ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ରଚନା, ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର କୃତିତ୍ୱ ଅର୍ଜନ କରିଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମାଲକାନଗିରି ସମବାୟ ବିଭାଗ ତରଫରୁ ମା ଶାନ୍ତିସେନା ସ୍ୱୟଂ ସହାୟକ ଗୋଷ୍ଠୀକୁ ସର୍ବୋତ୍ତମ ଏସଏଚଜି, କୁଡୁମୁଲୁଗୁମ୍ମା ଲ୍ୟାମ୍ପକୁ ସର୍ବଶ୍ରେଷ୍ଠ ଲ୍ୟାମ୍ପ ଓ ସଦସ୍ୟ ଭଗବାନ ସାହୁଙ୍କୁ ଉତ୍ତମ ଲ୍ୟାମ୍ପ ନିର୍ଦ୍ଦେଶକ ଭାବରେ ସମ୍ମାନିତ କରାଯାଇଅଛି । ଶେଷରେ ମାଥିଲି ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶିକା ସନ୍ତୋଷୀ ପରିଡା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେବାସହ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ସଭା ସାଙ୍ଗର ଘୋଷଣା କରିଥିଲେ ।

ପ୍ରକାଶ ଥାଉକି, ଆଜିର ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ସହକାରୀ ନିବନ୍ଧକ ସଞ୍ଜୟ କୁମାର ଦାସ ଓ ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande