ଆସାମର ସୋନିତପୁର ଜିଲ୍ଲାରେ ପାଂଚ ଜଣ ଲୋକ ବିଦେଶୀ ଘୋଷିତ
ସୋନିତପୁର, ୨୦ ନଭେମ୍ବର (ହି.ସ.)- ଆସାମର ସୋନିତପୁର ଜିଲ୍ଲାର ଧୋୱାକଟା ଗାଁର ପାଂଚ ଜଣଙ୍କୁ ବିଦେଶୀ ନ୍ୟାୟାଧିକରଣ(ଏଫଟି-୨) ଦ୍ୱାରା ବିଦେଶୀ ଘୋଷଣା କରାଯାଇଛି । ସରକାରୀ ସୂଚନା ଅନୁଯାୟୀ, ବିଦେଶୀ ଘୋଷଣା କରାଯାଇଥିବା ଲୋକଙ୍କ ମଧ୍ୟରେ ଫାତିମା ବିବି, ମନୋୱାରା ବେଗମ, ହନୁଫା ବେଗମ, ମରିୟମ ନେସା
ଆସାମର ସୋନିତପୁର ଜିଲ୍ଲାରେ ପାଂଚ ଜଣ ଲୋକ ବିଦେଶୀ ଘୋଷିତ


ସୋନିତପୁର, ୨୦ ନଭେମ୍ବର (ହି.ସ.)- ଆସାମର ସୋନିତପୁର ଜିଲ୍ଲାର ଧୋୱାକଟା ଗାଁର ପାଂଚ ଜଣଙ୍କୁ ବିଦେଶୀ ନ୍ୟାୟାଧିକରଣ(ଏଫଟି-୨) ଦ୍ୱାରା ବିଦେଶୀ ଘୋଷଣା କରାଯାଇଛି ।

ସରକାରୀ ସୂଚନା ଅନୁଯାୟୀ, ବିଦେଶୀ ଘୋଷଣା କରାଯାଇଥିବା ଲୋକଙ୍କ ମଧ୍ୟରେ ଫାତିମା ବିବି, ମନୋୱାରା ବେଗମ, ହନୁଫା ବେଗମ, ମରିୟମ ନେସା ଏବଂ ଅମଜଦ ଅଲି ଅଛନ୍ତି । ସେମାନଙ୍କୁ ପୃଥକ୍ ପୃଥକ୍ ବିଦେଶୀ ନ୍ୟାୟାଧିକରଣ ମାମଲା କ୍ରମଶଃ : ୫, ୬, ୭, ୮ ଏବଂ ୯ (୨୦୨୫) ରେ ଚିହ୍ନଟ କରାଯାଇଛି ।

ସୋନିତପୁର ଜିଲ୍ଲା କମିଶନର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଆନନ୍ଦ କୁମାର ଦାସଙ୍କ ଦ୍ୱାରା ଜାରି ଏକ ନିର୍ଦ୍ଦେଶ ପରେ, ଟ୍ରିବ୍ୟୁନାଲ୍ ସେମାନଙ୍କୁ ବିଦେଶୀ ଘୋଷଣା କରିବା ସହିତ କହିଥିଲେ ଯେ, ସେମାନଙ୍କର ଉପସ୍ଥିତି ଆସାମ ଏବଂ ଭାରତର ଜନସ୍ୱାର୍ଥ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ କ୍ଷତିକାରକ । ଆସାମରୁ ପ୍ରବାସୀ ବହିଷ୍କାର ଆଇନ, ୧୯୫୦ ଅନୁଯାୟୀ, ସେମାନଙ୍କୁ ଧୁବଡ଼ି, ଶ୍ରୀଭୂମି, ଦକ୍ଷିଣ ସାଲମାରା କିମ୍ବା ମାନକାଚର ଦେଇ ୨୪ ଘଂଟା ମଧ୍ୟରେ ରାଜ୍ୟ ଏବଂ ଜାତୀୟ ସୀମା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମାମଲା ମୂଳତଃ ୨୦୦୬ ମସିହାରେ ସୀମା ପୋଲିସ ଦ୍ୱାରା ପଞ୍ଜିକୃତ ଏକ ମାମଲା ସହିତ ଜଡ଼ିତ । ପ୍ରଶାସନ ସ୍ପଷ୍ଟ କରିଛି ଯେ, ଯଦି ଏହି ବ୍ୟକ୍ତିମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ପାଳନ କରନ୍ତି ନାହିଁ, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande