ଭଦ୍ରକ ପାଲଟିଛି ଗୋଚାଲାଣର ଚରାଭୂଇଁ, କୁମ୍ଭକର୍ଣ୍ଣ ନିଦ୍ରାରେ ପୁଲିସ୍‌, ଭ୍ୟାନ୍ ଓଲଟି ୧୨ ଗୋରୁ ମୃତ, ୬ ଉଦ୍ଧାର
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ବେଆଇନ ଗୋରୁ ଚାଲାଣରେ ଭଦ୍ରକ ଏବେ ଗୋରୁ ମାଫିଆଙ୍କର ହବ୍ ପାଲଟିଛି। ଏ ଦିଗରେ ଗୋ ରକ୍ଷକ ମାନେ ନିଜ ଜୀବନକୁ ବାଜି ଲଗାଇ ଗୋରୁ ଗାଡି ଗୁଡିକୁ ଗୋଡାଇ ଗୋଡାଇ ଧରୁଥିବାବେଳେ ପୁଲିସ୍ ଏ ଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟ କରୁନଥିବାର ଅଭିଯୋଗ ହୋଇଛି। ତେବେ ଆଜି ସେହିଭଳି
GORU CHALAN, 12 DEAD, 6 RESCUE


ଭଦ୍ରକ, ୨୦ ନଭେମ୍ବର (ହି.ସ.) - ବେଆଇନ ଗୋରୁ ଚାଲାଣରେ ଭଦ୍ରକ ଏବେ ଗୋରୁ ମାଫିଆଙ୍କର ହବ୍ ପାଲଟିଛି। ଏ ଦିଗରେ ଗୋ ରକ୍ଷକ ମାନେ ନିଜ ଜୀବନକୁ ବାଜି ଲଗାଇ ଗୋରୁ ଗାଡି ଗୁଡିକୁ ଗୋଡାଇ ଗୋଡାଇ ଧରୁଥିବାବେଳେ ପୁଲିସ୍ ଏ ଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟ କରୁନଥିବାର ଅଭିଯୋଗ ହୋଇଛି। ତେବେ ଆଜି ସେହିଭଳି ଏକ ବେଆଇନ୍ ଗୋରୁ ବୋଝେଇ ପିକଅପ ଭେନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୧୨ ଗୋଟି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ୬ ଗୋଟିଟିକୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ଏବଂ ଘଟଣା ସ୍ଥଳରେ ଉତେଜନା ଲାଗିରହି ଉତ୍ୟକ୍ତ ଲୋକେ ପିକଅପ ଭେନ କୁ ପୋଡି ଦେଇଥିବାର ଜଣାପଡିଛି। ଘଟଣାରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ଗେଲଟୁଆ ଠାରେ ଆଜି ଭୋର ସମୟରେ ଆଗରପଡା ଅଂଚଳରୁ ଉକ୍ତ ପିକଅପ ଭେନଟି ବେଆଇନ ଭାବେ ୧୮ଟି ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଦ୍ରୁତ ଗତିରେ ଆସୁଥିଲା। ଯାହା ଜଣାଯାଏ ୧୬ନଂ ଜାତୀୟ ରାଜପଥରେ ଗୋରକ୍ଷକ ମାନେ ଜଗିଥିବାର ଜାଣି ଏହି ଭ୍ୟାନ୍‌ଟି ଗ୍ରାମାଂଚଳ ରାସ୍ତା ଦେଇ ଆସୁଥିଲା। ତେବେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଗେଲଟୁଆ ବାଙ୍କ ନିକଟରେ ଓଲଟି ପଡିଥିଲା। ଫଳରେ ଭେନ ରେ ଥିବା ପ୍ରାୟ ୧୮ ରୁ ଅଧିକ ଗୋରୁ ମଧ୍ୟରୁ ୧୨ ଗୋଟି ଗୋରୁ ଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଏହାକୁ ଦେଖି ସ୍ଥାନୀୟ ଲୋକେ ପ୍ରଥମେ ବଂଚିଥିବା ୬ ଗୋରୁଙ୍କୁ ଉଦ୍ଧାର କରି ଭ୍ୟାନ୍‌ଟିକୁ ନିଆଁ ଲଗାଇ ପୋଡି ଦେଇଥିଲେ। ଖବର ପାଇ ଭଦ୍ରକ ଗ୍ରାମାଂଚଳ ଥାନା ପୋଲିସ ଓ ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ କରିବା ସହିତ ଘଟଣା ର ତଦନ୍ତ ଆରମ୍ଭ କରିଛି। ହେଲେ କୌଶଳ କ୍ରମେ ଭେନ ର ଡ୍ରାଇଭର ଫେରାର ହୋଇ ଯାଇଛି। ତେବେ ଏତେ ସଂଖ୍ୟାରେ ଗୋରୁ ମୃତ୍ୟୁ ବରଣ କରିଥିବାରୁ ସ୍ଥାନୀୟ ଅଂଚଳ ର ଲୋକ ଙ୍କ ମଧ୍ୟରେ ଦୁଖଦଃ ପରିସ୍ଥିତି ସୃଷ୍ଟି କରିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande