ଦିନିକିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
କେନ୍ଦୁଝର, 20 ନଭେମ୍ବର (ହି.ସ.) ଆସନ୍ତା କାଲି ଦିନିକିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦିନ ୧୧ ଟାରେ କେନ୍ଦୁଝର ଘଟଗାଁ ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାର ମା ତାରିଣୀଙ୍କ ଦର୍ଶନ କରିସାରିବା ପରେ ପିୱଡି ଆଇବିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ
ଦିନିକିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ


କେନ୍ଦୁଝର, 20 ନଭେମ୍ବର (ହି.ସ.)

ଆସନ୍ତା କାଲି ଦିନିକିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦିନ ୧୧ ଟାରେ କେନ୍ଦୁଝର ଘଟଗାଁ ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାର ମା ତାରିଣୀଙ୍କ ଦର୍ଶନ କରିସାରିବା ପରେ ପିୱଡି ଆଇବିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଶିବାର କାର୍ଯ୍ୟକ୍ରମ ରହିଛି। ପରେ ଆନନ୍ଦପୁରର ଅଳତୀ ଠାରେ ଥିବା ଦରିଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ। ଏହାପରେ ଦିଲ୍ଲୀ ଫେରିଜିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande