କୁମାରବସ୍ତ ଲୋକନାଥଦେବ କ୍ରିକେଟ ଟୁର୍ନାମେଂଟ ଆଇଆରବି ଓ କୁମାରବସ୍ତ ବିଜୟୀ
ଖୋର୍ଦ୍ଧା, ୨୦ ନଭେମ୍ବର(ହି.ସ.) – ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚରେ ଆଇ ଆର ବି ଦଳ କୁମାରବସ୍ତ କୁ ୧୭ ରନ୍ ରେ ପରାସ୍ତ କରିଛି। ଆଇଆରବି ଦଳ ପ୍ରଥମେ ବ୍ୟାଟିଂ କରି ସୁଶିଲ
କ୍ରିକେଟ


ଖୋର୍ଦ୍ଧା, ୨୦ ନଭେମ୍ବର(ହି.ସ.) – ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚରେ ଆଇ ଆର ବି ଦଳ କୁମାରବସ୍ତ କୁ ୧୭ ରନ୍ ରେ ପରାସ୍ତ କରିଛି। ଆଇଆରବି ଦଳ ପ୍ରଥମେ ବ୍ୟାଟିଂ କରି ସୁଶିଲ ପ୍ରଧାନଙ୍କ ୮୬ରନ ସହାୟତାରେ ୧୫ ଓଭରରେ ୧୭୨ ରନ ସଂଗ୍ରହ କରିଥିଲେ। ଜବାବରେ କୁମାରବସ୍ତ ଦଳ ଦେବାଶିଷ ବଳିଆରସିଂହଙ୍କ ୬୪ ରନ ସହାୟତାରେ ୧୫ ଓଭରରେ ୧୫୫ ରନ୍ କରି ପରାଜିତ ହୋଇଥିଲା। ଶ୍ରେଷ୍ଠ ଖେଳାଳି ଭାବେ ସୁଶିଲ ପ୍ରଧାନ ଙ୍କୁ ୱାଣ୍ଡେରର ଲା ଡେପୁଟି ମ୍ୟାନେଜର ରାକେଶ ରାୟ ଓ ଗେଷ୍ଟ ରେଲେସନ ମ୍ୟାନେଜର ୱାନଡ୍ରେଲା ସ୍ମୃତି ରଞ୍ଜନ ମହାପାତ୍ର ପୁରସ୍କୃତ କରିଥିଲେ। ଦ୍ୱିତୀୟ ମ୍ୟାଚ ରେ କୁମାରବସ୍ତ ଦଳ କଳାପଥର ଦଳକୁ ୩୦ ରନରେ ପରାଜିତ କରିଥିଲେ। ପ୍ରଥମେ ବ୍ୟାଟିଂ କରି କୁମାରବସ୍ତ ଦଳ ନିର୍ଦ୍ଧାରିତ ୧୫ ଓଭର ରୁ ୭ ୱିକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ବି ବି ରାଉତରାୟ ୨୮ରନ କରିଥିଲେ। ଜବାବରେ କଲାପଥର ଦଳ ନିର୍ଦ୍ଧାରିତ ଓଭର ରେ ୯ ୱିକେଟ ହରାଇ ୧୧୮ ରନରେ ସୀମିତ ରହିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ କୁମାରବସ୍ତ ଦଳର ବି ବି ରାଉତରାୟ ଙ୍କୁ ସଞ୍ଜୟ ପାଇକରାୟ,ନରେଶ ସାହୁ, ଦୁର୍ଯ୍ୟଧନ ବରାଳ,କେଶବ ଗଜେନ୍ଦ୍ର ପୁରସ୍କୃତ କରିଥିଲ। ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ,ତୁଷାରକାନ୍ତ ସୁନ୍ଦରାୟ,ଶ୍ରଦ୍ଧାକର ପାତ୍ର ଓ ସୁବ୍ରତ ରାଉତରାୟ। ସ୍କୋରର ଦାୟିତ୍ୱରେ ପ୍ରକାଶ ସାହୁ ଓ ସୂର୍ଯ୍ୟପ୍ରତାପ ଗଜେନ୍ଦ୍ର ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ୱ ତୁଲାଇଥିଲେ। ଶୁକ୍ରବାର ପ୍ରଥମ ମ୍ୟାଚ୍ ପଳାଶପୁର ବନାମ ଅରିଶଲ୍ ଏବଂ ଦ୍ୱିତୀୟ ମ୍ୟାଚ ଗଙ୍ଗପଡ଼ା ବନାମ ବାଙ୍କୀ ଆଥଲେଟିକ ଆସୋସିସନ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଦୁର୍ଯ୍ୟୋଧନ ପରିଡା ସୁଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande