୫ଜଣ ଦାଦନ ଶ୍ରମିକ ସହ ୩ନାବାଲକ ଉଦ୍ଧାର, ଗୋଟିଏ ବୋଲେରୋ ଗାଡି ଜବତ, ସର୍ଦାର ଗିରଫ
ନୂଆପଡ଼ା,୨୦ ନଭେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ହାତିବନ୍ଧା ଫୋରୱେ ରାସ୍ତା ଠାରୁ ସିନାପାଲି ପୋଲିସ ୫ଜଣ ଦାଦନ ଶ୍ରମିକ ସହ ୩ ନାବାଲକଙ୍କୁ ଆଜି ଉଦ୍ଧାର କରିଥିବା ବେଳେ ଏକ ବୋଲେରୋ ଗାଡିକୁ ଜବତ କରି ସର୍ଦ୍ଦାରଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ସର୍ଦ୍ଦାର ଜଣକ ହେଲେ ସିନାପାଲ
Labour resque


ନୂଆପଡ଼ା,୨୦ ନଭେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ହାତିବନ୍ଧା ଫୋରୱେ ରାସ୍ତା ଠାରୁ ସିନାପାଲି ପୋଲିସ ୫ଜଣ ଦାଦନ ଶ୍ରମିକ ସହ ୩ ନାବାଲକଙ୍କୁ ଆଜି ଉଦ୍ଧାର କରିଥିବା ବେଳେ ଏକ ବୋଲେରୋ ଗାଡିକୁ ଜବତ କରି ସର୍ଦ୍ଦାରଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ସର୍ଦ୍ଦାର ଜଣକ ହେଲେ ସିନାପାଲି ଥାନା ବରପଦର ଗ୍ରାମର କ୍ଷେତ୍ର ମୋହନ ଛତ୍ରିଆ, ଦାଦନ ଶ୍ରମିକ ହେଲେ ଲିଟିଗୁଡା ଗ୍ରାମର ପଦମନ ହରପାଲ (୩୬), ମହାଦେବ ବାଗ (୪୫), ପୁସ୍ତମ ବଗର୍ତୀ (୩୫), ମଞ୍ଜୁଲତା ହରପାଲ (୩୨) ସୁଫଲ ବାଗ (୩୬) ସମେତ ୩ନାବାଲକ। ଜବତ ବୋଲେରୋ ଗାଡି ନମ୍ୱର ହେଲା (ଓଡି ୧୬ ୪୨୮୦)। ପ୍ରାପ୍ତ ଖବର ଅନୁସାରେ ଗତ ବୁଧବାର ସଂନ୍ଧ୍ଯା ୭ଟା ବେଲେ ସିନାପାଲି ଥାନାଧିକାରୀ ଦୁର୍ଗାମାଧବ ବାଗ ଙ୍କ ନେତୃତ୍ବ ରେ ଏକ ପୋଲିସ ଟିମ ପେଟ୍ରୋଲିଙ୍ଗ କରୁଥିଲା। ଏହି ସମୟରେ ହାତିବନ୍ଧା ଫୋରୱେ ରାସ୍ତା ଏକ ଢାବା ଠାରେ ସର୍ଦାର ଶ୍ରମିକ ମାନଙ୍କୁ ବୋଲେରୋ ସହଯୋଗ ରେ ଆଣି ବସରେ ଚଢାଇ ହାଇଦ୍ରାବାଦ ନେବାକୁ ରାସ୍ତା କଡରେ ଅପେକ୍ଷା କରିଥିଲା।ଏହି ଦାଦନ ଶ୍ରମିକ ଙ୍କୁ ହାଇଦ୍ରାବାଦ ଦାଦନ ଖଟାଇବାକୁ ନିଆଯାଉଥିଲା।

ହେଲେ ପୋଲିସ ସେମାନଙ୍କୁ ସନ୍ଦେହ କରି ଚଢାଉ କଲା ଏବଂ ଶ୍ରମିକ ଙ୍କୁ ଉଦ୍ଧାର କରି ଏକ ବୋଲେରୋ ଗାଡି ଜବତ କରିବା ସହ ସର୍ଦାର ଙ୍କୁ ଗିରଫ କରିଥିଲା। ସେଠୁ ଶ୍ରମିକ ମାନଙ୍କୁ ସିନାପାଲି ଥାନା ରେ ଅଧିକ ପଚରା ଉଚରା କରି ସେମାନଙ୍କୁ ଘରକୁ ଛାଡିଥିବା ବେଲେ ସର୍ଦ୍ଦାର ଙ୍କୁ କୋଟ ଚାଲାଣ କରିଛି। ଏନେଇ ସିନାପାଲି ଥାନାରେ କେସ ନମ୍ୱର ୩୫୪/୨୫ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ସୁଚନା ମିଲିଛି। ଏହି ଚଢାଉରେ ଥାନାଧିକାରୀ ସମେତ ଏସଆଇ ସହଦେବ ଯୋଶୀ, କନେଷ୍ଟବଳ କ୍ଷେତ୍ର ସରାଫ, ହବେଲଦାର ଅଭିରାମ ଘିଭେଲା ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande