
ନୂଆଦିଲ୍ଲୀ, ୨୦ ନଭେମ୍ବର(ହି.ସ.) – ରାଷ୍ଟ୍ରୀୟ ଯାଂଚ ଏଜେନ୍ସି(ଏନ୍ଆଇଏ) ଲାଲ୍କିଲ୍ଲା ପରିସର ବାହାରେ ୧୦ ନଭେମ୍ବରକୁ ହୋଇଥିବା ବମ୍ ଧମାକା ମାମଲାରେ ୪ ଅନ୍ୟ ଅଭିଯୁକ୍ତକୁ ଗିରଫ କରିଛି।
ଏଜେନ୍ସି ଅନୁଯାୟୀ, ଏନ୍ଆଇଏ ଚାରି ଅଭିଯୁକ୍ତଙ୍କୁ ଜିଲ୍ଲା ଏବଂ ସତ୍ର ନ୍ୟାୟାଧିଶ, ପଟିୟାଲା ହାଉସ୍ କୋର୍ଟ ଦ୍ୱାରା ଜାରି ୱାରେଂଟ ଉପରେ ଜାମ୍ମୁ-କାଶ୍ମୀର ଶ୍ରୀନଗରରୁ ହିରାସତରେ ନେଇଛି। ଏହାର ପରିଚୟ ଡା. ମୁଜମ୍ମିଲ ଶକିଲ ଗଣାଇ(ପୁଲୱାମା), ଡା. ଆଦିଲ ଅହମ୍ମଦ ରାନ୍ଧର(ଅନନ୍ତନାଗ), ଡା. ଶହିନ ସଇଦ(ଲଖନଉ, ଉତର ପ୍ରଦେଶ) ଏବଂ ମୁଫ୍ତି ଇରଫାନ ଅହମ୍ମଦ ୱାଗେ(ଶୋପିୟା) ରୂପେ ହୋଇଛି। ଏହି ସମସ୍ତଙ୍କ ଉପରେ ବମ୍ ବିସ୍ଫୋରଣର ଯୋଜନା ତିଆରି ଠାରୁ ଏହାକୁ ପରିଣତି ଦେବା ପର୍ଯ୍ୟନ୍ତ ସିଧାଭାବେ ସାମିଲ ହେବାକୁ ଅଭିଯୋଗ ଅଟେ।
ଉଲ୍ଲେଖନୀୟ ଯେ ୧୦ ନଭେମ୍ବର ଦିନ ଦିଲ୍ଲୀ ଲାଲ୍କିଲ୍ଲା ପରିସର ବାହାରେ ହୋଇଥିବା ବମ୍ ବିସ୍ଫୋରଣରେ ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ କେତେକ ଲୋକ ବିସ୍ଫୋରଣ ମଧ୍ୟରେ ଆସି ଗୁରୁତର ରୂପେ ଆହତ ହୋଇଛନ୍ତି। ଏହି ମାମଲାରେ ଏହାପୂର୍ବରୁ ଏନ୍ଆଇଏ ଅମିର ରାଶିଦ ଅଲ୍ଲିକୁ ଗିରଫ କରିଛି, ଯାହାର ନାମରେ ବିସ୍ଫୋରଣରେ ବ୍ୟବହାର କାର୍ ଦର୍ଜ ଥିଲା। ଏହାବ୍ୟତୀତ ଜାସିର ବିଲାଲ ୱାନି ଓରଫ ଦାନିଶକୁ ମଧ୍ୟ ଧରାଯାଇଥିଲା, ଯେଉଁମାନେ ଆକ୍ରମଣକାରୀଙ୍କୁ ଟେକ୍ନିକ୍ ସାହାଯ୍ୟ ଦେଇଥିଲା। ଦୁହିଁଙ୍କୁ ପଚରାଉଚୁରା ଜାରି ରହିଛି ଏବଂ କିପରି ପୁରା ଷଡ଼ଯନ୍ତ୍ରର ଖୁଲାସା କରିବାକୁ ପ୍ରୟାସ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି