ଜମ୍ମୁ-କାଶ୍ମୀରର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ଲକର ଯାଂଚ୍
ଶ୍ରୀନଗର, ୨୦ ନଭେମ୍ବର (ହି.ସ.)- ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଅଧିକାରୀମାନେ ଗୁରୁବାର ଏକ ସରକାରୀ ମେଡିକାଲ କଲେଜରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ଲକର ଯାଂଚ୍ କରିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, ନିକଟରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ଏବଂ ଏକ ଧଳା କଲର ଆତଙ୍କବାଦୀ ମ
ଜମ୍ମୁ-କାଶ୍ମୀରର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ଲକର ଯାଂଚ୍


ଶ୍ରୀନଗର, ୨୦ ନଭେମ୍ବର (ହି.ସ.)- ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଅଧିକାରୀମାନେ ଗୁରୁବାର ଏକ ସରକାରୀ ମେଡିକାଲ କଲେଜରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ଲକର ଯାଂଚ୍ କରିଛନ୍ତି ।

ଅଧିକାରୀମାନେ କହିଛନ୍ତି ଯେ, ନିକଟରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ଏବଂ ଏକ ଧଳା କଲର ଆତଙ୍କବାଦୀ ମଡ୍ୟୁଲ୍ ରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର ପରେ ସୁରକ୍ଷା ପଦକ୍ଷେପର ଏକ ଅଂଶ ଭାବରେ ଏହା କରାଯାଇଥିଲା । ଏଥିସହ ସ୍ୱଚ୍ଛତା, ଉତରଦାୟିତ୍ୱ ଏବଂ ହସ୍ପିଟାଲ ଭିତିଭୂମିର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ମଧ୍ୟ ଏହା କରାଯାଇଥିଲା ।

ଅଧିକାରୀମାନେ କହିଛନ୍ତି ଯେ, ସରକାରୀ ମେଡିକାଲ କଲେଜ ଅନନ୍ତନାଗରେ ଏହି ଅପରେସନ କରାଯାଇଥିଲା, ଯେଉଁଠାରେ ଏହି ମାସର ଆରମ୍ଭରେ ଡାକ୍ତର ଆଦିଲ ରାଥରଙ୍କ ଲକରରୁ ଏକ ଏକେ-୪୭ ରାଇଫଲ୍ ଉଦ୍ଧାର କରାଯାଇଥିଲା ।

ଡାକ୍ତରଙ୍କ ଗିରଫଦାରୀ ଫଳରେ ଏକ ଧଳା କଲର ଆତଙ୍କବାଦୀ ମଡ୍ୟୁଲ୍ ର ପର୍ଦ୍ଦାଫାଶ ହୋଇଥିଲା, ଯେଉଁଥିରେ ଅନେକ ଡାକ୍ତର ସାମିଲ୍ ଥିଲେ ଏବଂ ପ୍ରାୟ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଅନନ୍ତନାଗ ପୋଲିସ, ହସ୍ପିଟାଲ ପ୍ରଶାସନ ସହିତ ମିଶି ହସ୍ପିଟାଲରେ ଥିବା ଲକରଗୁଡ଼ିକର ସମ୍ପୂର୍ଣ୍ଣ ଯାଂଚ୍ କରିଥିଲା । ତଦନ୍ତ ସମୟରେ, ଦାବିଦାର ନଥିବା ଲକରଗୁଡ଼ିକୁ ଚିହ୍ନଟ କରାଯାଇଥିଲା, ଏବଂ କୌଣସି ଅପବ୍ୟବହାରକୁ ରୋକିବା ପାଇଁ ରେକର୍ଡ ଅପଡେଟ୍ କରିବାକୁ ହସ୍ପିଟାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande