
ଜୟପୁର, 20 ନଭେମ୍ବର (ହି.ସ.) -ଜୟପୁର ସହରର ଏମଜିରୋଡ ଅର୍ଥାତ ବାଳିକା ଉଚ୍ଚବିଦ୍ୟାଳୟ ପାଚେରି କଡରେ ଥିବା ଉଠା ଦୋକାନୀ ମାନେ ବେଇଆଇନ ଭାବେ ବୃଦ୍ଧି କରିବା ସହ ରାସ୍ତାରେ ଯାତାୟତ ସମସ୍ୟା ସୃଷ୍ଟି କରିବା ସହ ଟ୍ରାଫିକ ଜାମ କରୁଛନ୍ତି। ଏପରିକି ବାଳିକା ଉଚ୍ଚବିଦ୍ୟାଳୟର ପାଚେରୀରେ ସହର ସୌନ୍ଦର୍ଯ୍ୟ କରଣ ନିମନ୍ତେ ଵାଲ ପେଣ୍ଟି˚ କରାଯାଉଥିବା ଯୋଗୁଁ ଆଜି ଉପଜିଲ୍ଲାପାଳ ଏ.ସସ୍ୟାରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ପୌରସ˚ସ୍ଥା କର୍ମଚାରେ ମାନେ ସମସ୍ତ ଉଠା ଦୋକାନୀ ମାନଙ୍କର ଜବରଦଖଲ ଉଚ୍ଛେଦ କରିଥିଲେ। ସେଠାରେ ଦୋକାନ ନ ପକାଇବା ପାଇଁ ତାଗିଦ କରିଥିଲେ। ଯଦି କେହି ଉଠା ଦୋକାନି ପୁନର୍ବାର ଦୋକାନ ଖୋଲନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦିନକୁ ୫ଶହ ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଏହି ଉଚ୍ଛେଦରେ ପୌରସ˚ସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ପୂଜା ରାଉତ, ସ୍ବାସ୍ଥ୍ୟ ନିରୀକ୍ଷକ ଭୁବନୀ ହାଲବା,ପରିମଳ ନିରୀକ୍ଷକ କିରଣ ମଲ୍ଲିକ, ଜଗଦିଶ ରାଓ, ସତ୍ୟନାରାୟଣ ପାତ୍ର ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି