
ଜୟପୁର , 20 ନଭେମ୍ବର (ହି.ସ.) ଜୟପୁର ନିକଟ ପାତ୍ରପୁଟ ବ୍ରିଜରେ ୧୦ ଟନରୁ ଅଧିକ ଭାରିଯାନ ନିଷେଧ ସାଇନବୋର୍ଡ ଲଗାଇବାକୁ ମାନବଅଧିକାର ରକ୍ଷକ ଅନୁପ ପାତ୍ର ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଜୟପୁର ନିକଟରେ ଥିବା ପାତ୍ରପୁଟ ଲୁହା ପୋଲ ସେତୁର ସୁରକ୍ଷା ଅନିଶ୍ଚିତ କରିବା ପାଇଁ ସୁରକ୍ଷା ରେଲି˚ ମରାମତି ଏବ˚ ଅନ୍ୟାନ୍ୟ ଆବଶ୍ୟକୀୟ କାର୍ଯ୍ୟ ଆରମ୍ଭ ହୋଇଛି। ତଥାପି ଏହା ମନେରଖିବା ଗୁରୁତ୍ବପୂର୍ଣ୍ଣ ଯେ ସେତୁର ଲୋଡି˚ କ୍ଷମତା ୧୦ଟନ ପର୍ଯ୍ୟନ୍ତ ସୀମିତ। ଏହା ସତ୍ତ୍ବେ ଏହି କ୍ଷମତାଠାରୁ ଅଧିକ ଭାରି ଯାନ ଗୁଡିକ ପ୍ରାୟତଃ ଏହି ବ୍ରିଜ ଦେଇ ଯାତାୟତ କରୁଛନ୍ତି। ଏହା ବ୍ୟତିତି ଲୌହ ରେଲି˚ ଗୁଡିକ ନିୟମିତ ଚୋରି ହେଉଛି। କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ସେତୁର ସୁରକ୍ଷା କରିବା ପାଇଁ ତୁରନ୍ତ ପ୍ରତିକାରାତ୍ମକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏଥିରେ ୧୦ ଟନ ଭାରିଯାନ ଚଳାଚଳକୁ ନିଷେଧ କରିବା ଏବ˚ ବିକଳ୍ପ ମାର୍ଗ କରିବା ଓ ସେତୁରେ ଭାରିଯାନ ମନା ବୋଲି ସାଇନବୋର୍ଡ ଲେଖିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି