
କୋରେଇ, ୨୦ ନଭେମ୍ବର (ହି.ସ.)- ମା ଦକ୍ଷିଣକାଳୀ ସାହିତ୍ୟ ସଂସଦ ପକ୍ଷରୁ ଭୁଇଁପୁର ପଂଚାୟତ ଅନ୍ତର୍ଗତ କତରାପୁର ମା କାଳୀପୀଠ ଠାରେ ଆଜି କବିତା ପାଠୋତ୍ସବ ଓ ଭକ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ସାହିତ୍ୟିକ ବେଣୁଧର ନାୟକ ଓ ମୁଖ୍ୟ ଅତିଥିଭାବେ ଇଶ୍ୱର ଚନ୍ଦ୍ର ଦ୍ୱିବେଦୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାର ଉଦ୍ଘାଟନ କରିଥିଲେ । ପଣ୍ଡିତ ନୀଳମଣି ପଣ୍ଡା ଓ ନାରାୟଣ କର ବେଦପାଠ କରିଥିଲେ । ସାହିତ୍ୟିକା ଶ୍ରମତୀ ପ୍ରତିମା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସୁଧାଂଶୁ ଭୂଷଣ ମିଶ୍ର ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ନୃସିଂହ ମିଶ୍ର, ପ୍ରବୀର ନାୟକ, ପ୍ରଶାନ୍ତ କୁମାର ସ୍ୱାଇଁ, ଯୁଧିଷ୍ଠିର ସ୍ଵାଇଁ, ତନୁଜା କୁମାରୀ ସେଠୀ, ସମ୍ମାନୀତ ବକ୍ତା ଭାବେ ଇନ୍ଦ୍ରମଣି ମହାକୁଡ, ଲକ୍ଷ୍ମୀଧର ପତି, ଅମୂଲ୍ୟ କୁମାର ବେହେରା, ନାରାୟଣ ଶତପଥି, ପ୍ରଭାତ ମଲ୍ଲିକ, ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ତାପସମଂଜରୀ ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ନଟବର ସେଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସଂଯୋଜିକା ଭାବେ ଉଷାରାଣୀ ବେହେରା ଓ ରେଖାରାଣୀ ବାରିକ ଯୋଗଦେଇଥିବା ବେଳେ କୈଳାସ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ୫୦ରୁ ଉର୍ଦ୍ଧ କବି ଓ କବୟତ୍ରୀ ଯୋଗଦେଇ କବିତା ପାଠ କରି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଅବସରରେ କାଳୀ କମିଟି ପକ୍ଷରୁ ବରିଷ୍ଠ ସମ୍ବାଦିକ ସୁବାସ ଧଳ, ପ୍ରଦୀପ ଜେନା, ଦିନବନ୍ଧୁ ବେହେରା, ଇଂ ନିତ୍ୟାନନ୍ଦ ରାଉତ, ଶ୍ରୀଧର ସାହୁ, ବ୍ରଜ କିଶୋର କର, ଗୋପାଳ ଚନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ସାହୁ, ଉପେନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ସାହୁ ବିଶ୍ୱମ୍ଭର ସାହୁ, ବଂଶୀଧର ରାଉତଙ୍କୁ ସ୍ୱତନ୍ତ୍ର ଭାବେ କାଳୀ କମିଟିର ମୁଖ୍ୟ ସମ୍ପାଦକ ମଦନ ମୋହନ ମଳ୍ଲିକ ସମ୍ବର୍ଦ୍ଧିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ