ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ
ସମ୍ବଲପୁର, ୨୦ ନଭେମ୍ବର(ହି.ସ.) – ଦେଶବ୍ୟାପୀ ନିଶା ମୁକ୍ତ ଭାରତ ଅଭିଯାନ’ର ଅଂଶ ସ୍ୱରୂପ, ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ଆଜି ନିଶା ଅପବ୍ୟବହାର ବିରୁଦ୍ଧରେ ବାର୍ତା ପ୍ରସାର ଏବଂ ଏକ ସୁସ୍ଥ, ନିଶାମୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଡିଆରଏମ ସୁବା
ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ


ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ


ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ


ସମ୍ବଲପୁର, ୨୦ ନଭେମ୍ବର(ହି.ସ.) – ଦେଶବ୍ୟାପୀ ନିଶା ମୁକ୍ତ ଭାରତ ଅଭିଯାନ’ର ଅଂଶ ସ୍ୱରୂପ, ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ଆଜି ନିଶା ଅପବ୍ୟବହାର ବିରୁଦ୍ଧରେ ବାର୍ତା ପ୍ରସାର ଏବଂ ଏକ ସୁସ୍ଥ, ନିଶାମୁକ୍ତ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା।

ଡିଆରଏମ ସୁବାଷ ଚନ୍ଦ୍ର ଚୌଧରୀଙ୍କ ସହିତ ଏଡିଆରଏମ ମନଜିତ ସିଂହ ସନସନୱାଲ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ ରେଳ କର୍ମଚାରୀ ସଚେତନତା ବାର୍ତାର ପ୍ଳାକାର୍ଡ ଧରି ଏହି ରାଲିରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଡିଆରଏମ ଶ୍ରୀ ଚୌଧୁରୀ ନିଶାର ଭୟା୍ୱହତା ରୋକିବା ପାଇଁ ସମାଜର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତଙ୍କୁ ନିଶାମୁକ୍ତ ରାଷ୍ଟ୍ର ଗଠନରେ ସକ୍ରିୟ ଭାବରେ ଯୋଗଦାନ ଦେବାକୁ ଅନୁରୋଧ କରିଥିଲେ। ସେ ଜନସାଧାରଣ, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ପ୍ରସାର କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ରାଲି ଡିଆରଏମ ଅଫିସ କମ୍ପେ୍ଲକ୍ସରୁ ଆରମ୍ଭ ହୋଇ ରେଳ ଷ୍ଟେସନ ପରିସର ସମେତ ପ୍ରମୁଖ ଅଞ୍ଚଳ ପରିକ୍ରମା କରି ଯାତ୍ରୀ, ବିକ୍ରେତା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ପହଂଚିଥିଲା।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande