
କେନ୍ଦୁଝର, 20 ନଭେମ୍ବର (ହି.ସ.) ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଅନ୍ତର୍ଗତ ପୁଟୁଳିଆ ସ୍ଥିତ ଭୁବନାନନ୍ଦ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ପଦ୍ମପୁର ସରସ୍ବତୀ ଶି ଶିଶୁ ବିଦ୍ୟାମନ୍ଦିର ଆଚାର୍ଯ୍ୟ ନିରଂଞ୍ଜନ ସାହୁ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ବିଜ୍ଞାନମେଳା ଉଦଘାଟନ କରିଥିଲେ। ଏଥିରେ ନର୍ସରୀ ଠାରୁ ଦଶମ ପର୍ଯ୍ୟନ୍ତ ପିଲାମାନେ ଅଂଶଗ୍ରହଣ କରିଥିଲେ। ପିଲାମାନଙ୍କ ଦ୍ବାରା ପାଖା ପାଖୂ ଏକ ଶହ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶ୍ରୀ ସାହୁ ସମସ୍ତ ପ୍ରକଳ୍ପକୁ ପର୍ଯ୍ୟବେକ୍ଷଣ କରି ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଁ ଯୋଗ୍ୟ ପ୍ରକଳ୍ପ ଚୟନ କରିଥିଲେ। ସବ୍ ଜୁନିୟର ବିଭାଗରେ ପ୍ରଜ୍ଞା ପରମିତା ମହାନ୍ତି ପ୍ରଥମ, ହିମାନୀ ଦେହୁରୀ ଦ୍ବିତୀୟ, ଦୀବେସ ମାଝୀ ତୃତୀୟ ହୋଇଥିବାବେଳେ ଜୁନିୟର ବିଭାଗ ସିତେଶ କୁମାର ନାୟକ ଓ ପ୍ରିନ୍ସ ମହାକୁଡ ପ୍ରଥମ, କିରନ ମାଝୀ ଦ୍ବିତୀୟ ହୋଇଥିବା ବେଳେ ଗୁଲସନ ପିଙ୍ଗୁଆ ତୃତୀୟ ହୋଇଥିଲେ।ସିନିୟର ବିଭାଗରେ ସୁଧାଶୁ ମହାନ୍ତି ଓ ଅଙ୍କିତ ପରିଡା ପ୍ରଥମ, ବଶିଶ କୁମାର ବେହେରା ଦ୍ଵିତୀୟ, ଦେବାଶିଷ ମହାନ୍ତି ଏବଂ ସୋମ ସୟାନ ତୃତୀୟ ହୋଇଥିଲା। ଶିକ୍ଷୟତ୍ରୀ ମନୁସ୍ମିତା ବାରିକ୍, ଖୁଲଣା ସାହୁ, ଅନୁପମା ଦେହୁରୀ, ସାଗରିକା ଦେହୁରୀ, ସିପ୍ରା ମହାନ୍ତି, ସୂର୍ଣପ୍ରଭା ପଣ୍ଡା, ଶିକ୍ଷକ ଅବନୀ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA