ଆସନ୍ତା ରବିବାର ଟାଟା ଷ୍ଟିଲ୍ ଯୋଡା ରନ୍-ଏ-ଥନ୍, ଅଞ୍ଚଳବାସୀ ଉତ୍ସାହିତ
କେନ୍ଦୁଝର, 20 ନଭେମ୍ବର (ହି.ସ.) ଟାଟା ଷ୍ଟିଲ ଯୋଡା ରନ୍-ଏ-ଥନ୍ ପ୍ରଥମ ସଂସ୍କରଣର ଅହେତୁକ ସଫଳତା ପରେ ଏ ବର୍ଷ ପୁଣି ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମାନର ଏହି ଗଣଦୌଡ଼। ଟାଟା ଷ୍ଟିଲ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଗଣଦୌଡକୁ ନେଇ ଖୁବ୍ ଉତ୍ସାହିତ ଅଞ୍ଚଳବାସୀ। ଆସନ୍ତା ରବିବାର, ନଭେମ୍ବର ୨
ଆସନ୍ତା ରବିବାର ଟାଟା ଷ୍ଟିଲ୍ ଯୋଡା ରନ୍-ଏ-ଥନ୍, ଅଞ୍ଚଳବାସୀ ଉତ୍ସାହିତ


କେନ୍ଦୁଝର, 20 ନଭେମ୍ବର (ହି.ସ.) ଟାଟା ଷ୍ଟିଲ ଯୋଡା ରନ୍-ଏ-ଥନ୍ ପ୍ରଥମ ସଂସ୍କରଣର ଅହେତୁକ ସଫଳତା ପରେ ଏ ବର୍ଷ ପୁଣି ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମାନର ଏହି ଗଣଦୌଡ଼। ଟାଟା ଷ୍ଟିଲ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଗଣଦୌଡକୁ ନେଇ ଖୁବ୍ ଉତ୍ସାହିତ ଅଞ୍ଚଳବାସୀ। ଆସନ୍ତା ରବିବାର, ନଭେମ୍ବର ୨୩ ତାରିଖ ଦିନ ଯୋଡା ସହରସ୍ଥିତ କେନ୍ଦ୍ରୀୟ ଖେଳ ପଡିଆଠାରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ଏବଂ ଏଥିରେ ଭାଗ ନେବେ ଦେଶର ୪ ହଜାରରୁ ଉର୍ଦ୍ଧ୍ଵ ଧାବକଧାବିକା।

ଏନେଇ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏଥିରେ ଉନ୍ନତ ପ୍ରଦର୍ଶନକରି ବିଜେତା ହେବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ଶୀତୁଆ ସକାଳକୁ ଖାତିର ନକରି ଅଞ୍ଚଳର ଅନେକ ବୃତ୍ତିଗତ ଧାବକଧାବିକା, ସ୍ଵାସ୍ଥ୍ୟ ସଚେତନ ନାଗରିକ ତଥା ପ୍ରାତଃ ଭ୍ରମଣକାରୀ ମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଦେଖାଯାଉଛି। ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି ଓ ସେମାନେ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ସେଂଟ୍ରାଲ ଖେଳପଡ଼ିଆ ଓ ଭିଟି କେନ୍ଦ୍ର ପଡ଼ିଆରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।

ସହର ସାରା ଏହି ଦୌଡ଼ ସମ୍ପର୍କିତ ହୋର୍ଡିଂ, ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ବେଳେ ଏହା ଏବେ ସବୁସ୍ଥାନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏବର୍ଷ ଏହି ଦୌଡ଼ର ବିଷୟବସ୍ତୁ ରଖାଯାଇଛି ‘ସବୁଜ ଆଜି, ସବୁଜତମ କାଲି’ ଏବଂ ଏହି ଦୌଡ଼ରେ ସାରା ଦେଶରୁ ଧାବକ/ ଧାବିକାମାନେ ଏକ ସୁସ୍ଥ ଏବଂ ସବୁଜ ଭବିଷ୍ୟତ ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିଲୋମିଟର ଓ ୭ କିଲୋମିଟର ଦୌଡ଼ (୧୫ ବର୍ଷ ରୁ ଅଧିକ), ବାଳକ ଓ ବାଳିକା (୧୬ ବର୍ଷରୁ କମ୍‌) ପାଇଁ ୫ କିଲୋମିଟର ଦୌଡ଼ ଏବଂ ଦିବ୍ୟାଙ୍ଗ/ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ୨ କିଲୋମିଟର ଦୌଡ଼ ଭଳି ତିନୋଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ବିଭିନ୍ନ ବର୍ଗରେ ଜିତିବାକୁ ଥିବା ମୋଟ ପୁରସ୍କାର ରାଶି ହେଉଛି ୫ ଲକ୍ଷ ୬୭ ହଜାର ଟଙ୍କା ।

ପ୍ରକୃତି ପ୍ରତି ଟାଟା ଷ୍ଟିଲ ନିଜର ପ୍ରତିବଦ୍ଧତା ଦର୍ଶାଇ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ଲେଖାଏଁ ଚାରା ରୋପଣ କରିବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande