ଡିସେମ୍ବର ୧୩ରେ ଅନୁଷ୍ଠିତ ହେବ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ
ମାଲକାନଗିରି, ୨୦ ନଭେମ୍ବର(ହି.ସ.) – ଜାତୀୟ ଆଇନସେବା ପ୍ରାଧି କରଣ ଓ ରାଜ୍ୟ ଆଇନସେବା ପ୍ରାଧି କରଣ ନିର୍ଦ୍ଦେଶ କ୍ରମେ ଆସନ୍ତା ୧୩ଡିସେମ୍ବର ୨୦୨୫ ତାରିଖ ଶନିବାର ଦିନ ଜିଲ୍ଲା ଆଇନସେବା ପ୍ରାଧି କରଣ, ମାଲକାନଗିରି ସମେତ ମୋଟୁ, କୁଡୁମୁଲୁଗୁମ୍ମା, ମାଥିଲି କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅ
ଡିସେମ୍ବର ୧୩ରେ ଅନୁଷ୍ଠିତ ହେବ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ


ମାଲକାନଗିରି, ୨୦ ନଭେମ୍ବର(ହି.ସ.) – ଜାତୀୟ ଆଇନସେବା ପ୍ରାଧି କରଣ ଓ ରାଜ୍ୟ ଆଇନସେବା ପ୍ରାଧି କରଣ ନିର୍ଦ୍ଦେଶ କ୍ରମେ ଆସନ୍ତା ୧୩ଡିସେମ୍ବର ୨୦୨୫ ତାରିଖ ଶନିବାର ଦିନ ଜିଲ୍ଲା ଆଇନସେବା ପ୍ରାଧି କରଣ, ମାଲକାନଗିରି ସମେତ ମୋଟୁ, କୁଡୁମୁଲୁଗୁମ୍ମା, ମାଥିଲି କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଚାରଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ଚେକ ବାଉନ୍ସ, ବ୍ୟାଙ୍କ ରଣ, ମୋଟର ଦୁର୍ଘଟଣା ଜନିତ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଜନିତ ମାମଲା, ବୈବାହିକ ବିବାଦ, ଜମି ଅଧଗ୍ରହଣ, ଚାକିରି ସମ୍ବନ୍ଧୀୟ ମାମଲା ସଙ୍ଗେ ସଙ୍ଗେ ପ୍ରାକ-ମକଦ୍ଦମା ସ୍ତରୀୟ ବିବାଦର ମଧ୍ୟ ଅପୋଷ ସହମତିରେ ଏବଂ ବିନା ଆର୍ôଥକ ବ୍ୟୟ ରେ ସମାଧାନ କରାଯାଇ ପାରିବ। ତେଣୁ ଏହି ଲୋକ ଅଦାଲତ ମାଧ୍ୟମରେ ଉପରୋକ୍ତ ଜଡିତ ମାମଲାର ଶୀଘ୍ର ଏବଂ ବିନା କୌଣସି ଆର୍ôଥକ ବ୍ୟୟରେ ସମାଧାନ ନିମନ୍ତେ ଭାଗ ନେବା ପାଇଁ ଜିଲ୍ଲା ଆଇନସେବା ପ୍ରାଧି କରଣ, ମାଲକାନଗିରି ଓ ତା ଲୁକ ଆଇନସେବା କମିଟି, ମୋଟୁ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ଦୌରା ଜଜ ଡାଃ ପ୍ରସନ୍ନ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଲୋକ ଅଦାଲତ ହେବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସୁଶ୍ରୀ ସଂଗୀତା ପାତ୍ର ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande