ଶସ୍ତାରେ ଘର ଯୋଗାଇବେ ସରକାର : ନଗର ଉନ୍ନୟନ ମନ୍ତ୍ରୀ
ବସ୍ତି ଶୂନ୍ୟ କରିବାକୁ ସରକାରଙ୍କ ବଡ଼ ଯୋଜନା : ମନ୍ତ୍ରୀ ଭୁବନେଶ୍ୱର, 20 ନଭେମ୍ବର (ହି.ସ.) ରାଜ୍ୟ ସରକାର ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ । 14 ରୁ 50 ଲକ୍ଷ ଟଙ୍କାରେ ଘର ଯୋଗାଇଦିଆଯିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହି
ଶସ୍ତାରେ ଘର ଯୋଗାଇବେ ସରକାର : ନଗର ଉନ୍ନୟନ ମନ୍ତ୍ରୀ


ବସ୍ତି ଶୂନ୍ୟ କରିବାକୁ ସରକାରଙ୍କ ବଡ଼ ଯୋଜନା : ମନ୍ତ୍ରୀ

ଭୁବନେଶ୍ୱର, 20 ନଭେମ୍ବର (ହି.ସ.) ରାଜ୍ୟ ସରକାର ସୁଲଭ

ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ । 14 ରୁ 50 ଲକ୍ଷ ଟଙ୍କାରେ ଘର ଯୋଗାଇଦିଆଯିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.

କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଜରିଆରେ 90 ଟି ଘର ତିଆରି ହୋଇଛି । ଏହି ଘର ଗୁଡିକ 2 ବିଏଚକେ ରହିଛି । ପ୍ରାଥମିକତା ଭିତ୍ତିରେ ପ୍ରଥମେ ବସ୍ତି ବାସିନ୍ଦାଙ୍କୁ ଘର

ଦିଆଯିବ । ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି । ବାକି ଘର

ପାଇଁ ମଧ୍ୟ ଡିଜାଇନ ପ୍ରସ୍ତୁତ ହୋଇଛି । ଏ ପ୍ରୋଜେକ୍ଟ କେତେ ଫଳପ୍ରଦ ହେବ ସେ ଅନୁଯାୟୀ ପରେ ଏହାର କାୟା ବିସ୍ତାର କରାଯିବ ବୋଲି ସେ କହିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande