
ଭୁବନେଶ୍ୱର, 20 ନଭେମ୍ବର (ହି.ସ.) ସାଲିଆ ସାହିରେ ଯେଉଁମାନେ ଘର ଛାଡୁ ନାହାନ୍ତି
ସେମାନଙ୍କୁ କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି । ତାର କାରଣ ହେଲା ସେମାନେ ଏକାଧିକ
ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି । ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ସାଧାରଣ
ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । କିଛି ଧନୀକ ଶ୍ରେଣୀ ଲୋକ ଲୋକ ଏଭଳି କରୁଛନ୍ତି । ସରକାର
ଧିରେ ଧିରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏଵଂ ଆଗକୁ ଆହୁରି ଜୋରଦାର
କରାଯିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା
ଦେଇଛନ୍ତି ।
ସେ କହିଛନ୍ତି ଯେ, ସାଲିଆ ସାହିରେ ଉଚ୍ଛେଦ ହୋଇଥିବା ସବୁ ବସ୍ତି ବାସିନ୍ଦାଙ୍କୁ ସରକାର ଘର
ଯୋଗାଇଦେବେ । ଆଉ କିଛି ଲୋକ ଘର ପାଇଥିବା ବେଳେ 24 ବର୍ଷ ଭିତରେ ପୂର୍ବ
ସରକାର ବସ୍ତିରେ ରହି ଜବରଦାଖଲ କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ସାହାଯ୍ୟ କଲେ । ଯେଉଁଥିପାଇଁ ଏ ସମସ୍ୟା
ଆଜି ଦୁଇଗୁଣିତ ହୋଇଛି । ବସ୍ତି ହଟାଇ ସବୁ ଲୋକଙ୍କୁ ଥଇଥାନ କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ