
ନୂଆଦିଲ୍ଲୀ, ୨୦ ନଭେମ୍ବର(ହି.ସ.) – ୟୁଟ୍ୟୁବ୍ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସ୍ଜିପିସି)ର ଗୁରୁବାଣୀ ଚ୍ୟାନେଲ୍କୁ ସାତ ଦିନ ପାଇଁ ସସ୍ପେଣ୍ଡ କରିଛି। ୟୁଟ୍ୟୁବର ଏହି ପଦକ୍ଷେପର ଭାରତୀୟ ଜନତା ପାର୍ଟି କନା ନିନ୍ଦା କରି କେନ୍ଦ୍ର ସରକାର ଠାରୁ ହସ୍ତକ୍ଷେପ କରିବାକୁ ଦାବି।
ବିଜେପି ମହାସଚିବ ତରୁଣ ଚୁଗ ଗୁରୁବାର ଦିନ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଗୁରୁବାଣୀ ମାନବତା ଏବଂ ସେବାର ସଂନ୍ଦେଶ ଅଟେ, ଯାହା ଜାତି-ପାତି ଠାରୁ ଉପରେ ଜୀବନକୁ ମାର୍ଗଦର୍ଶନ ଦେଉଛି। ୟୁଟ୍ୟୁବ ଏହାକୁ ପ୍ରଚାରିତ କରିଥିବା ଚ୍ୟାନେଲରେ ୭ ଦିନର ରୋକ ଲଗାଇଛି, ଏହା ନିନ୍ଦନୀୟ ଅଟେ। ଗୁରୁବାଣୀ ଘରେ ଘରେ ପହଂଚି ଶ୍ରଦ୍ଧା ଏବଂ ଶିକ୍ଷା ଫେଲାଉଛି, ୟୁଟ୍ୟୁବକୁ ତୁରନ୍ତ ଏହି ସସ୍ପେଶନ ହଟାଇବା ଦରକାର। ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଠାରୁ ତୁରନ୍ତ ହସ୍ତକ୍ଷେପ କରି ଚ୍ୟାନେଲକୁ ବହାଲ କରିବାକୁ ଦାବି କରି ଏହି ମାମଲାର ଗଭୀର ଯାଂଚ କରିବାକୁ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି