
କେନ୍ଦ୍ରାପଡା, 20 ନଭେମ୍ବର (ହି.ସ.): ତୁଳସୀ କ୍ଷେତ୍ରାଧିପତି ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ବେଢାରେ ଥିବା ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ରେ ସ୍ଥାପିତ ହୁଣ୍ଡିକୁ ଖୋଲାଯାଇ ଗଣତି କରାଯିବା ପରେ ୨ଲକ୍ଷ ୫୬ ହଜାର ୬୭୦ ଟଙ୍କା ଦାନ ସଂଗ୍ରହ କରାଯାଇ ଥିବା ଜଣାପଡିଛି । ଟ୍ରଷ୍ଟବୋର୍ଡ ସଭ୍ୟ ନୃସିଂହ ପ୍ରସାଦ ପତ୍ରୀ, ଧରେନ କୁମାର ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଉପସ୍ଥିତି ରେ ଗଣତି କରା ଯାଇଥିଲା । ଏହି ଗଣତି କାର୍ଯ୍ୟରେ ଦେବୋତର ସଂସ୍ତାର କର୍ମଚାରୀଙ୍କ ସମେତ ଅବସର ପ୍ରାପ୍ତ ପୈାର କର୍ମଚାରୀ ଇଂ ପ୍ରମୋଦ କୁମାର ପଣ୍ଡା, ପତିତ ପାବନ ଲେଙ୍କ ଓ ଶ୍ରୀଧର ବେହେରା ପ୍ରମୁଖ ସହାୟତା କରିଥିଲେ । ସଂଗୃହୀତ ଅର୍ଥକୁ ଶ୍ରୀ ବଳଦେବଜୀଉଙ୍କ ଆକାଉଣ୍ଟ ରେ ଜମା କରା ଯାଇଥିବା ନିର୍ବାହୀ ଅଧିକାରୀ ଶ୍ରୀ ପତ୍ରୀ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରବି