ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିଭା ସମ୍ମାନ
ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ଭାବେ ବିପଦର ବନ୍ଧୁ ପରିବାର ବେଶ୍ ପରିଚିତ । ବିଭନ୍ନ କାର୍ଯ୍ୟକ୍ଷେତ୍ର ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ମାନୀତ କରାଯିବା ସହ ବହୁମୁଖୀ ଜନସେବା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।
ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିଭା ସମ୍ମାନ


ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛସେବୀ ସଂଗଠନ ଭାବେ ବିପଦର ବନ୍ଧୁ ପରିବାର ବେଶ୍ ପରିଚିତ । ବିଭନ୍ନ କାର୍ଯ୍ୟକ୍ଷେତ୍ର ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ମାନୀତ କରାଯିବା ସହ ବହୁମୁଖୀ ଜନସେବା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହିକ୍ରମରେ ଟ୍ରଷ୍ଟ ପକ୍ଷରୁ ବଡକଇଁଚି ପଂଚାୟତ ନରସିହଂପୁରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ପ୍ରତିଭା ସମ୍ମାନ ଉତ୍ସବ ଟ୍ରଷ୍ଟ ସଭାପତି ନିମାଁଇ ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କୋରେଇ ବିଜେପିର ବରିଷ୍ଠ ନେତା ପ୍ରହଲ୍ଲାଦ ପଣ୍ଡା,ସମ୍ମାନୀତ ଅତିଥିଭାବେ ରାଜ୍ୟ ସଂସ୍କୃତି ସୁରକ୍ଷା ମଂଚ ଉପ-ସଭାପତି ସୁଦାମ ଚରଣ ଦାସ,କଟକ ସେଂଟ୍ରାଲ ରେଡକ୍ରସ୍‌ର କ୍ୟାମ୍ପ ଅର୍ଗାନାଇଜର ଅବିନାଶ ଦାଶ,ଡାକ୍ତର ବସନ୍ତ ପଣ୍ଡା,ପରିବେଶବିତ୍ ଗୋପିନାଥ ପତି,ପୂର୍ବତନ ସିଆରସିସି ପ୍ରଦୀପ ସାମଲ,ଶିକ୍ଷାବିତ୍ କୈଳାସ ରାଉତ,ଶିକ୍ଷକ ଅନନ୍ତ ପାତ୍ର ଓ ରବିନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଟ୍ରଷ୍ଟର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶାଂସା କରିବା ସହିତ ସ୍ଥାନୀୟ ଅଂଚଳର ପ୍ରତିଭାମାନଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ରଶ୍ମୀରଂଜନ ପଶାୟତ,ସାମ୍ବାଦିକ ରଂଜିତ ରାଉତ,ପରିବେଶବିତ୍ ତ୍ରିଲୋଚନ ପତି,ସମାଜସେବା ପାଇଁ ଲୋକନାଥ ପଣ୍ଡା,ଦେବୀ ପ୍ରସାଦ ସାହୁ ଓ ହୃଦାନନ୍ଦ ସାହୁ ପ୍ରମୁଖଙ୍କୁ ଅତିଥିମାନେ ସମ୍ମାନୀତ କରିଥିଲେ । ଏଥି ସହିତ ଅତିଥିମାନେ ଓ ଟ୍ରଷ୍ଟର କର୍ମକର୍ତା ରସୁଲପୁର ବ୍ଲକ ଅଂଚଳର ଦରିଦ୍ର ସୀମା ରେଖା ତଳେ ବସବାସ କରୁଥିବା ଦରିଦ୍ର ନାରାୟଣଙ୍କୁ ଶୀତବସ୍ତ୍ର,ନୂତନ ବସ୍ତ୍ର ଓ ଚାରା ବଂଟନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande