ମାସିକ ଶିଶୁ ସମାଚାର ପକ୍ଷରୁ ବିଶ୍ଵ ଶିଶୁ ଅଧିକାର ଦିବସ ପାଳିତ
ମାସିକ ଶିଶୁ ସମାଚାର ପକ୍ଷରୁ ବିଶ୍ଵ ଶିଶୁ ଅଧିକାର ଦିବସ ପାଳିତ ପୁରୀ, 20 ନଭେମ୍ବର (ହି.ସ.) ମାସିକ ଶିଶୁ ସମାଚାର ପତ୍ରିକା ପକ୍ଷରୁ ଗୁରୁବାର ସୁଖଲତା ସ୍ମୃତି ବାଳିକା ବିଦ୍ୟାଳୟରେ ଶିଶୁ ମାନଙ୍କ ପାଇଁ ଅଧିକାର ସୁରକ୍ଷିତ ଓ କାର୍ଯ୍ୟକାରୀ କରିବା ପାଇଁ ବିଶ୍ଵ ଶିଶୁ ଅଧିକାର ଦିବସ ପାଳିତ ହୋଇଯା
ମାସିକ ଶିଶୁ ସମାଚାର ପକ୍ଷରୁ ବିଶ୍ଵ ଶିଶୁ ଅଧିକାର ଦିବସ ପାଳିତ


ମାସିକ ଶିଶୁ ସମାଚାର ପକ୍ଷରୁ ବିଶ୍ଵ ଶିଶୁ ଅଧିକାର ଦିବସ ପାଳିତ

ପୁରୀ, 20 ନଭେମ୍ବର (ହି.ସ.) ମାସିକ ଶିଶୁ ସମାଚାର ପତ୍ରିକା ପକ୍ଷରୁ ଗୁରୁବାର ସୁଖଲତା ସ୍ମୃତି ବାଳିକା ବିଦ୍ୟାଳୟରେ ଶିଶୁ ମାନଙ୍କ ପାଇଁ ଅଧିକାର ସୁରକ୍ଷିତ ଓ କାର୍ଯ୍ୟକାରୀ କରିବା ପାଇଁ ବିଶ୍ଵ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ସୂଚନା ଓ ଲୋକ ସଂପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ସମ୍ମାନିତ ଅତିଥ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଦି ବେଲ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ମହାବୀର ଋଦ୍ର ନାରାୟଣ ସାହୁ, ଅବନିଶ ରଥ, ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ବିଜୟ ପଣ୍ଡା, ରେଣୁକା ମିଶ୍ର ଯୋଗଦେଇ କହିଥିଲେ ଯେ ଶିଶୁ ମାନେ ନିଜର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହୋଇପାରିଲେ ଶିଶୁ ମାନେ ଆଗକୁ ବଢ଼ିବେ ଓ ସମସ୍ତ ବିଷୟରେ ପାରଦର୍ଶିତା ଲାଭ କରିପାରିବେ। ପରିଚାଳନା ମଣ୍ଡଳୀ ସଦସ୍ୟ ଶରତ କୁମାର ରାୟଗୁରୁ ସଭାକୁ ସଂଯୋଜନା କରି ସ୍ବାଗତ କରି ଥିଲାବେଳେ ଶିଶୁ ସମାଚାର ସଂପାଦକ ସୁକାନ୍ତ ପଣ୍ଡା ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରିଥଲେ । ପୂର୍ବରୁ ବରିଷ୍ଠ ଓ କନିଷ୍ଠ ବିଭାଗରେ ବକ୍ତୃତା ପ୍ରତିଯୋଗୀତା ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିଲା । ସେଥିରେ ଶୁଭ ନାରାୟଣ ଶତପଥୀ, ସିଦ୍ଧାର୍ଥ ରାୟ, ମହାବୀର ରୁଦ୍ର ନାରାୟଣ ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ କନିଷ୍ଠ ବିଭାଗରେ ଋଷଭ ଦେବ ରଥ, ଦିବ୍ୟସା ମିଶ୍ର, ଆଞ୍ଜେଲା ଅପୂର୍ବ ଦାସ, ଆଦ୍ୟାସା ପଣ୍ଡା ଓ ବରିଷ୍ଟ ବିଭାଗ ଅନୁଷ୍କା ମହାନ୍ତି, ଅର୍ପିତା ପ୍ରିୟଦର୍ଶିନୀ, ପୁଷ୍ପାଞ୍ଜଳି ପ୍ରଧାନ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ଶେଷରେ ଶିବ ସୁନ୍ଦର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande