ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପାଣ୍ଠିର ଉପଯୋଗିତା ନେଇ ଉନ୍ନୟନ କମିଶନରଙ୍କ ସମୀକ୍ଷା
ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ୍‌) ପାଣ୍ଠିର ଉପଯୋଗିତା ନେଇ ଏକ ବୈଠକ ବୁଧବାର ସଂଧ୍ୟାରେ ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପାଣ୍ଠିର ଉପଯୋଗିତା ନେଇ ଉନ୍ନୟନ କମିଶନରଙ୍କ ସମୀକ୍ଷା


ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ୍‌) ପାଣ୍ଠିର ଉପଯୋଗିତା ନେଇ ଏକ ବୈଠକ ବୁଧବାର ସଂଧ୍ୟାରେ ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଡିଏମଏଫ ଫାଣ୍ଠିର ମୋଟ ପ୍ରାପ୍ତିର ୯୯.୫% ଯୋଗଦାନ ରହିଥିବା ୧୧ ଟି ପ୍ରମୁଖ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାରେ ଡିଏମଫ୍ ପାଣ୍ଠି ଉପଯୋଗ ନେଇ ରାଜ୍ୟରୁ ଦିଆଯାଉଥିବା ପ୍ରକଳ୍ପ ସଂପର୍କିତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବୈଠକରେ ୨୦୨୫ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହି ଜିଲ୍ଲାଗୁଡିକରେ ଡିଏମ୍‌ଏଫ୍ ପାଣ୍ଠି ସଂଗ୍ରହ ସ୍ଥିତି ଓ ପ୍ରକଳ୍ପ କାର୍ଯ୍ୟକାରିତା ଅନୁସାରେ ଖର୍ଚ୍ଚ ବିନିଯୋଗ, ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ପ୍ରକଳ୍ପ କାର୍ଯ୍ୟକାରିତା ଓ ଖର୍ଚ୍ଚ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଭିନ୍ନ ଜିଲ୍ଲାରେ ପୁନର୍ଗଠିତ ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହେବା, ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ବିବରଣୀ ଓ ଅଡିଟି ରିପୋର୍ଟ -୨୦୨୪-୨୫ ପ୍ରସ୍ତୁତି ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

ଡିଏମଏଫ ପାଣ୍ଠି ଉପଯୋଗ ନେଇ ରାଜ୍ୟସ୍ତରୀୟ କମିଟିର ନିଷ୍ପତିକୁ କାର୍ଯ୍ୟକାରୀ କରିବା ସଂପର୍କରେ ସମୀକ୍ଷା କରାଯାଇଥିଲା । ଜିଲ୍ଲାପାଳମାନେ ବିଭିନ୍ନ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ନେଇ ନିଜ ନିଜର ମତ ରଖିବା ସହ ରହୁଥିବା ସମସ୍ୟାର ସମାଧାନ ସଂପର୍କରେ ପରାମର୍ଶ ଲୋଡିବା ସହ ଆଲୋଚନା କରିଥିଲେ । ଉନ୍ନୟନ କମିଶନର ଜିଳ୍ଲାପାଳମାନଙ୍କୁ ଦାୟିତ୍ୱର ସହ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଏ ନେଇ ନିୟମିତ ସମୀକ୍ଷା କରିବା, ପ୍ରକଳ୍ପ କାର୍ଯ୍ୟକାରିତା ଓ ପାଣ୍ଠି ଉପଯୋଗିତା ସଂପର୍କିତ ସୂଚନା ଅପଡେଟ୍ କରାଯିବା, ଡିଏମଏଫ ପାଣ୍ଠି ଉପଯୋଗରେ ଖଣି ଠାରୁ ୫ କିମି ପରିଧି ମଧ୍ୟରେ ଥିବା ଖଣି ପ୍ରଭାବିତ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସଡ଼କ ନିର୍ମାଣ ଆଦି ଅତ୍ୟାବଶ୍ୟକ ମୌଳିକ ସୁବିଧା ଉପଲବ୍ଧତା ସୁନିଶ୍ଚିତ କରାଯିବା( ସାଚ୍ୟୁରେସନ ମୋଡ ରେ କରାଯିବା) ଉପରେ ଗୁରୁତ୍ୱ ଦେଇଥିଲେ ।

ଉନ୍ନୟନ କମିଶନର କହିଥିଲେ ଯେ, ଡିଏମଏଫ ଜିଲ୍ଲାଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଇଛି ଓ କରାଯାଉଛି । ତେଣୁ ଡିଏମ୍‌ଏଫ ପାଣ୍ଠିରୁ ଯେପରି କୌଣସି ପ୍ରକଳ୍ପକୁ ଏକାଧିକ ବାର ଦର୍ଶା ନଯାଏ ( ଡ୍ୟୁପ୍ଲିକାସି ନହୁଏ), ସେଥିପ୍ରତି ଜିଲ୍ଲାପାଳମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande