ଧର୍ମଶାଳା ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ପକ୍ଷରୁ ପୋଷ୍ୟ ଗ୍ରାମରେ ସଚେତନତା
ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟ ରୋଭର ରେଞ୍ଜର ୟୁନିଟ ପକ୍ଷରୁ ଜାରକା ପଂଚାୟତ ଶଙ୍ଖାରିଡିହସ୍ଥିତ ଟିକର ସାହିରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଞ୍ଜର ଲିଡର ଅଧ୍ୟାପିକା ସସ୍ମିତା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠି
ଧର୍ମଶାଳା ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ପକ୍ଷରୁ ପୋଷ୍ୟ ଗ୍ରାମରେ ସଚେତନତା


ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟ ରୋଭର ରେଞ୍ଜର ୟୁନିଟ ପକ୍ଷରୁ ଜାରକା ପଂଚାୟତ ଶଙ୍ଖାରିଡିହସ୍ଥିତ ଟିକର ସାହିରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଞ୍ଜର ଲିଡର ଅଧ୍ୟାପିକା ସସ୍ମିତା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ସ୍ୱରୂପାନନ୍ଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ପୂର୍ବତନ ରେଞ୍ଜର ଲିଡର ଅବସରପ୍ରାପ୍ତ ପ୍ରଧ୍ୟାପିକା ଡ଼. ଆରତୀ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୋଷ୍ୟ ଗ୍ରାମର ଆଦିବାସୀ ପିଲାଙ୍କ ସମସ୍ତ ଦାୟିତ୍ୱ ବୁଝିବା ଆମର ଗୁରୁଦାୟିତ୍ୱ ବୋଲି କହିଥିଲେ । ଜାରକା ସରପଂଚ ସୁଦାମ ଚରଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଭର ରେଞ୍ଜର ଦ୍ୱାରା ଏଭଳି ସଚେତନତା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୋଷ୍ୟ ଗ୍ରାମ ଟିକର ସାହିରେ ସଚେତନତା ଉଦ୍ଦେଶ୍ୟରେ ବାଲ୍ୟ ବିବାହ, ନିଶା ନିବାରଣ ଓ ମାଆ ଆଦି ନାଟକ ମଂଚସ୍ଥ ହୋଇଥିଲା । ସେହିପରି ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ରୋଭର ରେଞ୍ଜର ପକ୍ଷରୁ ଛୋଟଛୋଟ ପିଲାଙ୍କ ଶୁଖିଲା ଖାଦ୍ୟ ଓ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ରୋଭର ଲିଡର ବସନ୍ତ ତରାଇ ଓ ସତ୍ୟ ସାଗର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଧ୍ୟାପିକା ରେଣୁଲତା ସାହୁ ଧନ୍ୟବାଦ ଦେଇ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande