ଚୋରା ମାଦକ ଦ୍ରବ୍ୟ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ରୋକିବାକୁ ନିୟମିତ ବସ୍ତି ଯାଂଚ ହେବ - ମନ୍ତ୍ରୀ
ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ଚୋରା ମାଦକ ଦ୍ରବ୍ୟ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ରୋକିବାକୁ ନିୟମିତ ବସ୍ତି ଯାଂଚ ହେବ। ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ମହାନଗର ନିଗମ, ପୌରାଂଚଳରେ ଏହି ପ୍ରକ୍ରିୟା ଜାରି ରହିବ। ସହର
ଚୋରା ମାଦକ ଦ୍ରବ୍ୟ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ରୋକିବାକୁ ନିୟମିତ ବସ୍ତି ଯାଂଚ ହେବ - ମନ୍ତ୍ରୀ


ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ଚୋରା ମାଦକ ଦ୍ରବ୍ୟ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ରୋକିବାକୁ ନିୟମିତ ବସ୍ତି ଯାଂଚ ହେବ। ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ମହାନଗର ନିଗମ, ପୌରାଂଚଳରେ ଏହି ପ୍ରକ୍ରିୟା ଜାରି ରହିବ। ସହରରେ ବିଭିନ୍ନ ଅନୁପ୍ରବେଶକାରୀଙ୍କ ଯୋଗୁଁ କାରବାରକୁ ରୋକିବା ପାଇଁ ଜିଲ୍ଲାପାଳ ମାନେ ନିୟମିତ ବସ୍ତି ଗୁଡ଼ିକୁ ଯାଂଚ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବସ୍ତି ବାସିନ୍ଦାଙ୍କ ସମସ୍ୟା ସମାଧାନ ସରକାରଙ୍କ ପ୍ରାଥମିକତା । ବସ୍ତି ଭଳି ଅସ୍ୱାସ୍ଥ୍ୟକର ପରିବେଶରୁ ବାହାରକୁ ଆଣି ବ୍ୟବସ୍ଥିତ ଢଙ୍ଗରେ ସୁଲଭ ଆବାସ ଯୋଗାଇ ଦିଆଯିବ। ରାଜ୍ୟ ସରକାର ସହର ସଂଲଗ୍ନ ଅଧିକରୁ ଅଧିକ ଅଞ୍ଚଳକୁ ଟାଉନ୍ ପ୍ଲାନିଂ (ଟିପି) ରେ ସାମିଲ କରିବାକୁ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ବ୍ୟବସ୍ଥା କିଭଳି ଲୋକଙ୍କ ପାଖରେ ପହଂଚିବ ସେଥିପାଇଁ ଆମେ ସହଯୋଗ ମାଧ୍ୟମରେ ସହରାଂଚଳରେ ଯୋଜନା କରିଛୁ। ଆମେ ସବୁ ୟୁଏଲବିରେ ଏହାକୁ ଲାଗୁ କରୁଛୁ । ପରେ ଏହାକୁ ଗାଁରେ କାର୍ଯ୍ୟକାରୀ କରାଯିବ। ଜିଲ୍ଲାପାଳ ଏବଂ ଏସପି ମାନେ ଅଫିସରେ ନବସି ବସ୍ତିକୁ ଯାଆନ୍ତୁ। ଫଳରେ ବସ୍ତିରେ ଥିବା ସମସ୍ୟା ଦୂର ହୋଇପାରିବ। ଏହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande