ଆଳୁ ବିହନ ବିତରଣ ସମ୍ପର୍କିତ ସମୀକ୍ଷା ବୈଠକ
- ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ୟ ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ଚଳିତ ରବି ଋତୁରେ ରାଜ୍ୟର ୫୦,୦୦୦ ଏକର୍ ପାଖାପାଖି ଜମିରେ ଆଳୁ ଚାଷ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ପ୍ରାମାଣିକ ବିହନ ଆଳୁ ପଞ୍ଜାବରୁ ଅଣାଯାଇ ରାଜ୍‌ଯର ଚାଷୀ ମାନଙ୍କୁ
ଆଳୁ ବିହନ ବିତରଣ ସମ୍ପର୍କିତ ସମୀକ୍ଷା ବୈଠକ


- ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର, ୨୦ ନଭେମ୍ବର (ହି.ସ.) - ଚଳିତ ରବି ଋତୁରେ ରାଜ୍ୟର ୫୦,୦୦୦ ଏକର୍ ପାଖାପାଖି ଜମିରେ ଆଳୁ ଚାଷ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ପ୍ରାମାଣିକ ବିହନ ଆଳୁ ପଞ୍ଜାବରୁ ଅଣାଯାଇ ରାଜ୍‌ଯର ଚାଷୀ ମାନଙ୍କୁ କିଲୋ ପ୍ରତି ୨୦ ଟ. ଦରରେ ବିକ୍ରୀ କରାଯାଉଛି ଓ ଆଳୁ ବିହନ ଜମିରେ ଲଗେଇବା ପରେ କିଲୋ ପ୍ରତି ୧୦ ଟ. ଫେରେଇ ଦେବାର ଯୋଜନା ରହିଛି ।

ଏପର୍ଯ୍ୟନ୍ତ ପ୍ରାୟ ୧.୦ ଲକ୍ଷ କ୍ୱିଂଟାଲ ଉନ୍ନତ ମାନର ବିହନ ଆଳୁ ୩୦ ଟି ଜିଲ୍ଲାର ବିଭିନ୍ନ ବ୍ଲକରେ ବଂଟନ କରାଗଲାଣି। ନଭେମ୍ବର ମାସ ଶେଷ ଶୁଦ୍ଧା ସମସ୍ତ ବିହନ ଆଳୁ ଯୋଗାଇ ଦେବାପାଇଁ ରାଜ୍ୟ ବିହନ ନିଗମ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକଂକୁ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦେଶ ଦେଇଛନ୍ତି। ଆଳୁ ବିହନ ପାଇବା ପରେ ବିଶୋଧନ କରି ଉନ୍ନତ ପ୍ରଣାଳୀ ଅବଲମ୍ବନ କରି ଜମିରେ ଲଗେଇବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆଳୁ ବିହନ ବିତରଣ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟର ବିବରଣୀ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ତଦାରଖ କରୁଛନ୍ତି ।

ଏହି ବୈଠକରେ ବିହନ ଆଳୁର ଗୁଣାତ୍ମକ ମାନ ଓ ସମୟ ଅନୁଯାୟୀ ବଂଟନ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ। ରାଜ୍ୟରେ ଅନୁକୂଳ ଜଳବାୟୁ ଅନୁଯାୟୀ ଆଳୁ ଚାଷର ସଫଳତା ନିଶ୍ଚିତ ବୋଲି ଅନୁମାନ କରାଯାଉଛି।

ବିହନ ଆଳୁର ବିତରଣ ସମ୍ବନ୍ଧରେ ଆଜି କୃଷି ଭବନରେ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୋରଖ୍ କାଲୁଂଗେ, ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିହନ ନିଗମ ନିତି ରଞ୍ଜନ ସେନ ଓ କୃଷି ଓ ଉଦ୍ୟାନ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande