
ଧର୍ମଶାଳା,୨୦ନଭେମ୍ବର(ହି.ସ.) - ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ସୁଚିସ୍ମିତା ଦାସ ହେଲେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷା । ସୁଚିସ୍ମିତା କ୍ଷେତ୍ରପାଳ ପଂଚାୟତ ସମିତି ସଭ୍ୟା ଅଛନ୍ତି । ଆଜି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବିଜେପି କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବାରୁ ସୁଚିସ୍ମିତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚତ ହୋଇ ଥିଲେ । ତେବେ ଏହି ଆସନଟି ବିଜେପି ହାତକୁ ଯାଇଛି । ବ୍ଳକ ଅଧ୍ୟକ୍ଷ ପାଇଁ ବହୁ ଆଶାୟୀ ଥିବା ବେଳେ ବିଧାୟକ ହିମାଂଶୁ ଶେଖର ସାହୁ ଶେଷରେ ସୁଚିସ୍ମିତାଙ୍କ ନାମରେ ମୋହର ମାରିଥିଲେ । ସେ ବିଜେପି ସମର୍ଥୀତ ପ୍ରାର୍ଥୀନୀଭାବେ ଏକମାତ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୪୫ପଂଚାୟତକୁ ନେଇ ଗଠିତ ଧର୍ମଶାଳା ବ୍ଲକରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପାଇଁ ୨୩ଜଣ ସମିତିସଭ୍ୟ/ସଭ୍ୟାଙ୍କ ସମର୍ଥନ ଆବଶ୍ୟକ ରହିଥିଲା । ତେବେ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ୩୫ରୁ ଉର୍ଦ୍ଧ ସଦସ୍ୟ ବିଜେପି ଶିବିରରେ ସାମିଲ ହୋଇଥିଲେ । ଫଳରେ ଏହି ଅଧ୍ୟକ୍ଷ ପଦ ବିଜେପି ହାତକୁ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇ ଥିଲା । ଅନ୍ୟପକ୍ଷରେ ବିରୋଧୀ ବିଜେଡି ଏହି ନିର୍ବାଚନରେ ଅଂଶ ଗ୍ରହଣ ନ କରିବାରୁ ବ୍ଲକ ଅଧ୍ୟକ୍ଷ ପଦକୁ ବିଜେପି ଦାଖଲ କରିଛି । ଶ୍ରୀମତି ଦାସ ନିର୍ବାଚିତ ହେବା ପରେ ବିଜେପି କର୍ମୀ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଏଠାରେ ବିଜେଡି ପରାଜୟ ଭୟରେ ଏହି ନିର୍ବାଚନରୁ ଓହରି ଯାଇଥିଲା । ନବ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗୋଟି ଚାଳନାରେ ବିଜେଡି ତିତ୍ ହୋଇ ପଡିଥିବା ବେଳେ ଦୀର୍ଘ ଦିନ ଧରି ଧର୍ମଶାଳାରେ ରହିଥିବା ପରିବାରବାଦ ଶାସନ ସମ୍ପୂର୍ଣ୍ଣଭାବେ ସମାପ୍ତ ହୋଇଛି ବୋଲି କର୍ମୀମାନେ କହିଛନ୍ତି । ସେପଟେ ଏହି ସବୁ ସମ୍ଭବ ହୋଇଛି କେବଳ ପ୍ରିୟ ବିଧାୟକ ଶ୍ରୀ ସାହୁଙ୍କ ପାଇଁ । ଆଗମୀ ଦିନରେ ବିଧାୟକଙ୍କ ସହଯୋଗରେ ଧର୍ମଶାଳା ବ୍ଳକର ବିକାଶ କରିବି ବୋଲି ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଶ୍ରାମତି ଦାସ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।
ସୂଚନା ଥାଉକି,ଗତ ଅଗଷ୍ଟ ମାସରେ ଅନାସ୍ଥା ପୂର୍ବରୁ ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଥିଲା । ସେହି ଦିନଠାରୁ ବ୍ଲକ ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ଦାୟିତ୍ୱରେ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ