
ସମ୍ବଲପୁର, ୨୧ ନଭେମ୍ବର(ହି.ସ.) – ସମ୍ବଲପୁର ସହର ନିକଟସ୍ଥ କାଇଁଶିର ପାଖ ରାଣୀବନ୍ଧ ଠାରେ ଆର୍ନ୍ତଜାତୀୟ ମାନର କ୍ରୀଡ଼ା କମ୍ପେ୍ଲକ୍ସ ନିର୍ମାଣ କରାଯିବ। ଏଥିପାଇଁ ୧୨୨ ଏକର ଜମି ଚିହ୍ନଟ କରାଯାଇଛି। ଏଥିରେ ଥିବା ଜଙ୍ଗଲ କିସମର ଜମିର କିସମ ପରିବର୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ସେତୁ ିନିର୍ମାଣ(ଓବିସିସି) ଏହି ପ୍ରକଳ୍ପ ନିର୍ମାଣ କରିବ। ଖୁବ୍ଶୀଘ୍ର ଏହି କ୍ରୀଡ଼ା କମ୍ପେ୍ଲକ୍ସ ପାଇଁ ସର୍ବେକ୍ଷଣ ଆରମ୍ଭ ହେବ। ସର୍ବେକ୍ଷଣ ଉତାରୁ ଡିପିଆର୍ ପ୍ରସ୍ତୁତ କରାଯିବ। ଚଳିତ ମାସ ଶେଷ ସୁଦ୍ଧା ଡିପିଆର୍ ତିଆରି ପାଇଁ ଉଦ୍ୟମ କରାଯାଉଛି । ତେବେ ପ୍ରସ୍ତାବିତ ପ୍ରକଳ୍ପରେ ଦୁଇଟି ହକି ଷ୍ଟାଡ଼ିୟମ୍ ନିର୍ମାଣ ପ୍ରସ୍ତାବ ରହିଛି। ହକି କମ୍ଲେକ୍ସ ପାଇଁ ଦୁଇଟି ଷ୍ଟାଡ଼ିୟମର ଆବଶ୍ୟକତା ରହିଛି। ଏଥିସହିତ ସିନ୍େଥଟିକ୍ ଟ୍ରାକ୍ ସୁବିଧା ସଙ୍ଗେ ସଙ୍ଗେ ଇନ୍ଡୋର ଆଥଲେଟିକ୍ କେନ୍ଦ୍ର ନିର୍ମାଣ କରାଯିବ। ଲଙ୍ଗ ଜମ୍ପ, ସଟ୍ଫୁଟ୍, ଟେନିସ, ବାସ୍କେଟବଲ ପାଇଁ ଟ୍ରାକ୍ ରହିବ। ସନ୍ତରଣ ସଂସ୍କୃତିର ପୁନଃରୁଦ୍ଧାର ପାଇଁ ସନ୍ତରଣାଗାର ଓ ବିଶ୍ୱସ୍ତରୀୟ ଫୁଟବଲ ଷ୍ଟାଡ଼ିୟମ୍କୁ ପ୍ରସ୍ତାବିତ ପ୍ରକଳ୍ପରେ ସାମିଲ କରାଯାଇଛି। କ୍ରୀଡ଼ା କମ୍ପେ୍ଲକ୍ସରେ ବିଶାଳ ଫୁଟବଲ ଷ୍ଟାଡ଼ିୟମ୍ ଓ ସନ୍ତରଣାଗାର ସହ ହଷ୍ଟେଲ ନିର୍ମାଣ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଆବଶ୍ୟକ ପାଣ୍ଠି ବହନ କରିବେ ବୋଲି ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ