
କନ୍ଧମାଳ, ୨୧ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ୨୦୧୭ ମସିଆରେ ପୋସ୍କୋ କେସରେ ତତକାଳୀନ ଥାନାଧିକାରୀ ଥାନା କେଶ୍ ନମ୍ବର -୪୩/ତା ୨୪.୦୩.୨୦୧୭ରିଖରେ ରେଜିଷ୍ଟ୍ରେସନ କରି ତଦନ୍ତ ଚଳାଇ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ସେଥି ମଧ୍ୟରୁ ଥାନା ଅଧିକାରୀ ଖମ୍ବlରୀ ଦୁଇ ମୁଦାଲା ବିପିନ ନାୟକ ଓ ସୁକାନ୍ତି ନାୟକଙ୍କୁ ଗିରଫ କରି ଅଦାଲତକୁ ହସ୍ତାନ୍ତର କରିଥିଲେ l ଗିରଫ ପରେ ଉପରୋକ୍ତ ମୁଦାଲା ମାନେ ଫୁଲବାଣୀ ସହରର ଜଣାଶୁଣା ଆଇନଜୀବି ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ମୋକଦ୍ଦମା ପରିଚାଳନା କରିବା ପାଇଁ ଦାୟିତ୍ୱ ଦେଇ ନିର୍ଧାରିତ ସମୟରେ ଵେଲରେ ଆସି ମକଦ୍ଦମା ସଂଖ୍ୟା ସିଟି ୧୭/୨୦୧୭ର ବିଚାର ପ୍ରକ୍ରିୟାରେ ସ୍ଥାନୀୟ ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ ଅଦାଲତରେ ବିଚାର ପ୍ରକ୍ରିୟାରେ ଅଂଶ ନେଇଥିଲେ l ଏହି ମାମଲାର ସମସ୍ତ ତଥ୍ୟ୍ ସାକ୍ଷୀ ପ୍ରମାଣର ଆଧାରକୁ ବିଚାରକୁ ନେଇ ବର୍ତ୍ତମାନର ଅତିରିକ୍ତ ଜିଲ୍ଲା ତଥା ସ୍ୱତନ୍ତ୍ର କୋର୍ଟର ପୋସ୍କୋ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଉପଯୁକ୍ତ ପ୍ରମାଣ ଅଭାବରୁ ଉପରୋକ୍ତ ମୁଦାଲା ଦ୍ୱୟଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି l ମୋକଦ୍ଦମା ଶେଷ ପର୍ଯ୍ୟନ୍ତ ଏହି ମୋକଦ୍ଦମାକୁ ଫୁଲବାଣୀର ଓକିଲ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ଜରିଆରେ ମୁଦାଲା ମାନଙ୍କ ତରଫରୁ ପରିଚାଳନା କରୁଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ