
କେନ୍ଦୁଝର, ୨୧ ନଭେମ୍ବର (ହି.ସ.)-
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଆନନ୍ଦପୁରରେ ଏକତା ଯାତ୍ରା (ପଦଯାତ୍ରା) ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ ଉଦଘାଟନ କରିଥିଲେ।
ଏଥିରେ ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ବିଭିନ୍ନ ସଂଘ ସଂଗଠନର ସମାଜସେବୀ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ କର୍ଯ୍ୟକାର୍ତା ଯୋଗ ଦେଇଥିଲେ।
ଏହି ପଦଯାତ୍ରାରେ ସମସ୍ତଙ୍କ ଉତ୍ସାହ, ଜାତୀୟତାବୋଧ ଏବଂ ଏକତାର ସନ୍ଦେଶ ସ୍ପଷ୍ଟ ପରିଲକ୍ଷିତ ହେଉଥିବା ସାଂସଦ ଅନନ୍ତ ନାୟକ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA