




ବଲାଙ୍ଗିର, 21 ନଭେମ୍ବର (ହି.ସ.) ଶୁକ୍ରବାର ଦିନ ଟାଉନ ବାଳକ ହାଇସ୍କୁଲ ପଡ଼ିଆରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ବଲାଙ୍ଗୀର ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ହେବାକୁ ଥିବା ଖେଳରେ ଶ୍ରୀ ତ୍ରିବିକ୍ରମ ଦାଶ ମହୋଦୟ ସଭାପତିତ୍ବ କରିଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଦେବକୀ ସାହୁ, ମୁଖ୍ଯ ଅତିଥି,ବ୍ଳକ ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ କ୍ରୀଡା ଉତ୍ସବଟିର ଉଦ୍ଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ନୀଳାଚଳ ଚିରଗୁନ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।ଡ଼ା: ଗୋଦାବରୀଶ ରଥ, ଗିରିଶ ଚନ୍ଦ୍ର ବେହେରା,ଡୋଲାମଣୀ ଗଡତ୍ଯା , ଯୋଗଦେଇ କ୍ରୁତୀ ଖେଳାଳୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡା ଆଚାର୍ଯ୍ୟ ଶ୍ରୀ କ୍ରୁଷ୍ନଚନ୍ଦ୍ର ରଣା,ସୁମନ ସାହୁ ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା। ଆଚାର୍ଯ୍ୟା ସନ୍ତୋଷିନୀ ସାହୁ ସଭା ପରିଚାଳନା କରିଥିଲେ। ଶିଶୁ ଙ୍କ ଦ୍ବାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଓ ଶାରୀରିକ ପ୍ରଦର୍ଶନ କରିଥିଲେ.
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ