ଭଦ୍ରକର ଲୋକକଳା ଓ ସାଂସ୍କୃତିକ ପରମ୍ପରା ଓଡ଼ିଆ ଜନଜୀବନକୁ ପ୍ରଭୂତ ଭାବେ ପ୍ରଭାବିତ କରିଛି, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦ୍ୱାଦଶ ସନ୍ଧ୍ୟା
ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଓଡ଼ିଆ ସାରସ୍ୱତ ଆକାଶରେ ଭଦ୍ରକ ଯେପରି ଉଜ୍ଜ୍ୱଳ ଜ୍ୟୋତିଷ୍କ ଭାବେ ପ୍ରତିଭାତ ହୋଇଛି ସେପରି ଲୋକକଳା ଓ ସାଂସ୍କୃତିକ ଜଗତକୁ ତାର ଅବଦାନ ଅବିସ୍ମରଣୀୟ। ଭଦ୍ରକ ମାଟିର ମଣିଷ ବିପ୍ରକବି ବଂଶୀ ବଲ୍ଲଭ ଗୋସ୍ୱାମୀ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନ
BHADRAK MOHASTAV & PUSTAK MELA 12TH EVENING-1


ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଓଡ଼ିଆ ସାରସ୍ୱତ ଆକାଶରେ ଭଦ୍ରକ ଯେପରି ଉଜ୍ଜ୍ୱଳ ଜ୍ୟୋତିଷ୍କ ଭାବେ ପ୍ରତିଭାତ ହୋଇଛି ସେପରି ଲୋକକଳା ଓ ସାଂସ୍କୃତିକ ଜଗତକୁ ତାର ଅବଦାନ ଅବିସ୍ମରଣୀୟ। ଭଦ୍ରକ ମାଟିର ମଣିଷ ବିପ୍ରକବି ବଂଶୀ ବଲ୍ଲଭ ଗୋସ୍ୱାମୀ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି, କେଶବ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର, ନାଟ୍ୟକାର ଉମାକାନ୍ତ ବେହେରା ପ୍ରମୁଖ ବହୁ ସାରସ୍ୱତ ସାଧକ ତଥା ନାଟ୍ୟକାର, ଗୀତିକାର, ଅଭିନେତା, ତଥା ନାଟ୍ୟ ନିର୍ଦ୍ଦେଶକ ଓଡ଼ିଆ ଓଡ଼ିଆ ଲୋକକଳା ଜଗତକୁ ସମୃଦ୍ଧ କରିବା ସହ ଓଡ଼ିଆ ଜନଜୀବନକୁ ପ୍ରଭୂତ ଭାବେ ପ୍ରଭାବିତ କରିଛନ୍ତି ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦ୍ୱାଦଶ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷା ନିବୃତ ପ୍ରଫେସର ଡ.ରାମଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା,'ନବ କାକଳୀ,ର ସମ୍ପାଦକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, ବିଶିଷ୍ଟ ଅତିଥି,ନାଟ୍ୟଶ୍ରୀ ନିର୍ମଳ ରାଉତ, ଅବସରପ୍ରାପ୍ତ ଅଧ୍ୟାପକ ତଥା ନାଟ୍ୟକାର ଡ. ରମାକାନ୍ତ ନାୟକ, ନାଟ୍ୟ ନିର୍ଦ୍ଦେଶକ ତଥା କବି ସାରଥୀ ପଣ୍ଡା, ମଂଚ ଅଭିନେତା କାଳନ୍ଦୀ ଚରଣ ମଲ୍ଲିକ, ଅଭିନେତା ତଥା ସଂଗଠକ ନିମାନନ୍ଦ ସାହୁ, ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଡଭୋକେଟ୍ ସ୍ୱସ୍ତିକା ପଣ୍ଡା ଅତିଥି ପରିଚୟ ଓ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଦେଇଥିଲେ। ଶିଶୁ ସାହିତ୍ୟିକା ମମତା ଦାଶ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ ଏବଂ ସମ୍ପାଦକ ରବି ନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାର ମଂଚ ପରିଚାଳନା କରିଥିଲା ଇଂ. ଋତିକା ନାୟକ ସ୍ୱାଗତ ସଂଗୀତ ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଖୋର୍ଦ୍ଧାର ଚତୁର୍ଦ୍ଧା ମୂରତି ଭଜନ ସନ୍ଧ୍ୟାର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମହୋତ୍ସବ କାର୍ଯ୍ୟକ୍ରମକୁ କବି ନାରାୟଣ ପାଢ଼ୀ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ଅଞ୍ଜୁବାଳା ରାଉତ, ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande