ବିଜେପି ଚିଲିର ନେତାଙ୍କୁ ଇନ୍ଦିରା ପୁରସ୍କାର ଦେବାକୁ ଉଠାଇଲା ପ୍ରଶ୍ନ, କହିଲା- କଂଗ୍ରେସର ଡିଏନ୍‌ଏରେ ରାଷ୍ଟ୍ର ବିରୋଧ
ନୂଆଦିଲ୍ଲୀ, ୨୧ ନଭେମ୍ବର(ହି.ସ.) – ଭାରତୀୟ ଜନତା ପାର୍ଟି ଚିଲିର ନେତା ମିଶେଲ ବୈଚଲେଟଙ୍କୁ ଇନ୍ଦିରା ଗାନ୍ଧୀ ପୁରସ୍କାର ଦିଆଯିବା ଉପରେ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ କଂଗ୍ରେସରେ ଡିଏନ୍‌ଏରେ ଭାରତ ବିରୋଧ ଅଟେ। ସେ କହିଛନ୍ତି ଯେ ସବୁଠାରୁ ପୁରୁଣା ରାଜନୀତିକ ଦଳ କଂଗ୍ରେସ ଏକ ମାଓବାଦୀ ସଂଗଠନ
ବିଜେପି ଚିଲିର ନେତାଙ୍କୁ ଇନ୍ଦିରା ପୁରସ୍କାର ଦେବାକୁ ଉଠାଇଲା ପ୍ରଶ୍ନ, କହିଲା- କଂଗ୍ରେସର ଡିଏନ୍‌ଏରେ ରାଷ୍ଟ୍ର ବିରୋଧ


ନୂଆଦିଲ୍ଲୀ, ୨୧ ନଭେମ୍ବର(ହି.ସ.) – ଭାରତୀୟ ଜନତା ପାର୍ଟି ଚିଲିର ନେତା ମିଶେଲ ବୈଚଲେଟଙ୍କୁ ଇନ୍ଦିରା ଗାନ୍ଧୀ ପୁରସ୍କାର ଦିଆଯିବା ଉପରେ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ କଂଗ୍ରେସରେ ଡିଏନ୍‌ଏରେ ଭାରତ ବିରୋଧ ଅଟେ। ସେ କହିଛନ୍ତି ଯେ ସବୁଠାରୁ ପୁରୁଣା ରାଜନୀତିକ ଦଳ କଂଗ୍ରେସ ଏକ ମାଓବାଦୀ ସଂଗଠନ ପରି କାମ କରିବାକୁ ଲାଗିଛି।

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଗୌରବ ଭାଟିଆ ଶୁକ୍ରବାର ଦିନ ଏଠାରେ ପାର୍ଟି ମୁଖ୍ୟାଳୟରେ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଏକ ଆୱାର୍ଡ଼ ସେରିମନୀରେ ଇନ୍ଦିରା ଗାନ୍ଧୀ ପ୍ରାଇଜ ଫର୍ ପିସ୍‌, ଡିସମାର୍ମାମେଂଟ ଆଣ୍ଡ ଡେଭଲପମେଂଟ ୨୦୨୪ ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ଚିଲିର ପୂର୍ବ ପ୍ରେସିଡେଂଟ ମିଶେଲ ବେଚଲେଟଙ୍କୁ ଦିଆଯାଇଛି।

ଭାଟିଆ ମିଶେଲର ପୃଷ୍ଠଭୂମି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସେ ଚିଲିର ପ୍ରଥମ ମହିଳା ରାଷ୍ଟ୍ରପତି ଏବଂ ସଂଯୁକ୍ତ ରାଷ୍ଟ୍ର ମାନବାଧିକାରର ପୂର୍ବ ପ୍ରମୁଖ ଥିଲେ। ଏହି ଅବସରରେ ସେ ଭାରତର ସଂପ୍ରଭୁତା ଉପରେ କେତେଥର ଆକ୍ରମଣ କରିଛନ୍ତି। ସେ ଆର୍ଟିକଲ ୩୭୦ରେ ପରିବର୍ତନ ଏବଂ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନର କତା କହିଛନ୍ତି। ହୟୁମନ ରାଇଟ୍‌ସ କାଉନ୍‌ସିଲ୍‌ର ୪୨ତମ ସେଶନରେ ସେ ପ୍ରଶ୍ନ ଉଠାଇଛନ୍ତି ଯେ କାଶ୍ମୀରରେ ମାନବାଧିକାରର ଉଲ୍ଲଂଘନ ହେଉଛି। ଅନୁଚ୍ଛେଦ ୩୭୦ ହଟାଇବା ଉଚିତ୍ ନୁହେଁ। ମିଶେଲ ଭାରତୀୟ ନାଗରିକ ମଧ୍ୟ ନୁହଁନ୍ତି, ପୁଣି ସେ ସିଏଏ ଉପରେ ଆବେଦନ ଦାୟର କରିବାର ଦାବି କରିଛନ୍ତି ଯେ ଏଥିରେ ମାନବାଧିକାକୁ ଧକ୍କା ପହଂଚିବ। କ’ଣ ଏହା ସୋନିଆ ଏବଂ ରାହୁଲଙ୍କ ଇଶାରାରେ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande