ନାକଟିଦେଉଳ କଲେଜ ରେ ଉପଖଣ୍ଡ ସ୍ତରୀୟ ବିଶ୍ଵ ଐତିହ ସପ୍ତାହ
ନାକଟିଦେଉଳ କଲେଜ ରେ ଉପଖଣ୍ଡ ସ୍ତରୀୟ ବିଶ୍ଵ ଐତିହ ସପ୍ତାହ
ନାକଟିଦେଉଳ କଲେଜ ରେ ଉପଖଣ୍ଡ ସ୍ତରୀୟ ବିଶ୍ଵ ଐତିହ ସପ୍ତାହ


ସମ୍ବଲପୁର, ୨୧, ନଭେମ୍ବର (ହି.ସ.)ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ନାକଟିଦେଉଳ କଲେଜ ଠାରେ ରେଢ଼ାଖୋଲ ଉପଖଣ୍ଡ ସ୍ତରୀୟ ବିଶ୍ଵ ଐତିହ ସପ୍ତାହ ଅନୁଷ୍ଠିତ ହୋଇଥିଲା। ଏହାକୁ ରେଢ଼ାଖୋଲ ର ଉପଜିଲାପାଳ ରଶ୍ମି ରଂଜନ ମହନ୍ତ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସମାବେଶ ରେ ରେଢ଼ାଖୋଲ ଉପଖଣ୍ଡ ରେ ଥିବା ୨୨ଟି ଉଚ୍ଚ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କଲେଜ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଐତିହ ସପ୍ତାହ ର ଉଦଘାଟନୀ ସଭାରେ ମୁଖ୍ୟବକ୍ତା ଭାବରେ ପୁରୀ ସ୍ଥିତ ପତ୍ନତାତ୍ତ୍ଵିକ କେନ୍ଦ୍ର ର ଅଧୀକ୍ଷକ ତଥା ଗବେଷକ ଡ଼. ପ୍ରଜ୍ଞା ପ୍ରିତମ୍ ପ୍ରଧାନ ଯୋଗ ଦେଇ ବିଶ୍ଵ ଐତିହ ସପ୍ତାହ ର ଆଭିମୁଖ୍ୟ, ଦେଶ ତଥା ପଶ୍ଚିମ ଓଡିଶା ରେ ଥିବା ବିଭିନ୍ ମନ୍ଦିର, ସୌଧ ଓ ଶୀଳାଲେଖ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ନାକଟିଦେଉଳ ତହସିଲଦାର ଅମର ଜେ.ଡୁଙ୍ଗଡୁଙ୍ଗ, ଥାନା ଅଧିକାରୀ ଗଙ୍ଗାଧର ପ୍ରଧାନ, ଶିକ୍ଷାନୁଷ୍ଠାନ ର +୨ ସ୍ରୋତ ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇ ଐତିହ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ଜାଣିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଅଧ୍ୟାପିକା ଡ଼. ପୁଷ୍ପାଞ୍ଜଳି ରବନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ଅଧ୍ୟାପକ କବି ଶେଷଦେବ ବିଶ୍ୱାଳ ଧନ୍ୟବାଦ କରିଥିଲେ । ଏହି ଅବସର ରେ ଐତିହ ଆଧାରିତ ପ୍ରଦର୍ଶନୀ ଏବଂ ସମ୍ବଲପୁର ର ଐତିହ ଆଧାରିତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande