ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରରେ ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ
ବଲାଙ୍ଗିର, 21 ନଭେମ୍ବର (ହି.ସ.) ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରରେ ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ ହୋଇଯାଇଛି I ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ଦ୍ୱାରା ଆୟୋଜିତ ଉକ୍ତ ଉତ୍ସବରେ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ
ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରରେ ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ


ବଲାଙ୍ଗିର, 21 ନଭେମ୍ବର (ହି.ସ.)

ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରରେ ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ ହୋଇଯାଇଛି I ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ଦ୍ୱାରା ଆୟୋଜିତ ଉକ୍ତ ଉତ୍ସବରେ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ବଳରାଜ ସିଂହଦେଓ ଯୋଗଦେଇଥିଲେ I ଏହି ଅବସରରେ ଶ୍ରୀ ସିଂହଦେଓ ଜୀବନ ଓ ଦର୍ଶନଶାସ୍ତ୍ର ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ I ବିଭାଗୀୟ ମୁଖ୍ୟ ସଂଯୁକ୍ତା କୁମାରୀ ନାୟକ ସ୍ୱାଗତ ଭାଷଣ ତଥା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଭାଗୀୟ ଛାତ୍ରୀ ନନ୍ଦିନୀ ସିଂହ ସଭା ସଂଚାଳନ ଦାୟିତ୍ୱ ନିର୍ବାହ କରିଥିଲେ I ଏ ଅବକାଶରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମମତା ଅଦାବରୀଆ ( ୧ମ ସ୍ଥାନ ), ଅଙ୍କିତା ସାହୁ ( ୨ୟ ସ୍ଥାନ ) ଏବଂ ମୃଣାଳୀ ବାରିକ (୩ୟ ସ୍ଥାନ ) ପ୍ରଭୃତିଙ୍କୁ ସମ୍ମାନିତ କରାଯାଇଥିଲା I ବିଭାଗୀୟ ଅଧ୍ୟାପକ ରାକେଶ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଉତ୍ସବରେ ସମସ୍ତ ବିଭାଗୀୟ ଛାତ୍ରୀ ଉପସ୍ଥିତ ଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande