ଜଳ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନକୁ କ୍ୟାବିନେଟ ମଂଜୁରି
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ଜଳ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୪ (୨୦୨୪ ର ୫ ନମ୍ବର) ଗ୍ରହଣ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି । ଏହି ସଂଶୋଧନ ଆଇନ, ପରିବେଶଗତ ଶାସନକୁ ଉନ୍ନତ କରିବା ଏବଂ ନିୟାମକ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ପ୍ରମୁଖ ପରିବର୍ତନ ଆଣିବ
ଜଳ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନକୁ କ୍ୟାବିନେଟ ମଂଜୁରି


ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ଜଳ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୪ (୨୦୨୪ ର ୫ ନମ୍ବର) ଗ୍ରହଣ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି । ଏହି ସଂଶୋଧନ ଆଇନ, ପରିବେଶଗତ ଶାସନକୁ ଉନ୍ନତ କରିବା ଏବଂ ନିୟାମକ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ପ୍ରମୁଖ ପରିବର୍ତନ ଆଣିବ । ଏହା ଛୋଟ ଛୋଟ ଅପରାଧଗୁଡିକୁ ଅପରାଧମୁକ୍ତ କରିଥାଏ, ଶିଳ୍ପଗୁଡ଼ିକ ଉପରେ ନିୟାମକ ବୋଝ ହ୍ରାସ କରିଥାଏ ଏବଂ ଦଣ୍ଡ ବଦଳରେ ଅନୁପାଳନ ଉପରେ ଧ୍ୟାନ ଦେଇଥାଏ । ଏହା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନିର୍ଦ୍ଧାରିତ କରିଥାଏ। ପୁନଶ୍ଚ, ରାଜ୍ୟଗୁଡ଼ିକରେ ପରିବେଶଗତ ଆଇନ ଗୁଡିକୁ ସମାନ ଭାବେ ପ୍ରୟୋଗ କରିବାକୁ ସୁନିଶ୍ଚିତ କରିବ ତଥା ଚିରନ୍ତନ ଶିଳ୍ପ ବିକାଶ ପାଇଁ ଜାତୀୟ ମାନଦଣ୍ଡ ସହିତ ଓଡ଼ିଶା ସରକାରଙ୍କ ସମନ୍ୱୟ ରକ୍ଷା କରିବ ।

ଓଡ଼ିଶା ପାଇଁ, ଏହି ଆଇନ ଅନେକ ଲାଭ ପ୍ରଦାନ କରିବ, ଯେଉଁଥରେ ଏହି ଆଇନର ବିକେନ୍ଦ୍ରୀକରଣ ମାଧ୍ୟମରେ ବ୍ୟବସାୟ କରିବାର ସୁଗମତା ଏବଂ ଉତମ ଅନୁପାଳନକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ । ଏହା ପ୍ରଭାବଶାଳୀ ପ୍ରଦୂଷଣ ତଦାରଖ ଏବଂ ଜଳ ସମ୍ପଦର ସୁରକ୍ଷା ଉପରେ ଧ୍ୟାନ ଦେଇ ପରିବେଶଗତ ଶାସନକୁ ମଧ୍ୟ ସୁଦୃଢ଼ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande