
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ୧୯-୦୪-୧୯୯୩ ରୁ ୩୧-୦୩-୧୯୯୬ ମଧ୍ୟରେ ବିଭିନ୍ନ ପୋଲିସ୍ ପ୍ରତିଷ୍ଠାନ ଯଥା :- (କ) ପ୍ରଥମ ଓଡିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବାଟଲିୟନ, ଢେଙ୍କାନାଳ ;(ଖ) ଷଷ୍ଠ ଓଡିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବାଟଲିୟନ, କଟକ ଓ (ଗ) ସପ୍ତମ ଓଡିଶା ରାଜ୍ୟ ସଶସ୍ତ୍ର ବାଟଲିୟନ, ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ୨୪୯୫ ପୋଲିସ୍ କର୍ମଚାରୀଙ୍କୁ ଦିଆଯାଇଥିବା ଅଗ୍ରହଣୀୟ ସ୍ପେଶାଲ ଡାଏଟ୍ ଭତା ବାବଦକୁ ଦିଆଯାଇଥିବା ୬୪.୯୪ ଲକ୍ଷ ଟଙ୍କାକୁ ହିସାବରୁ ବାଦ ଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି। ଉକ୍ତ ପୋଲିସ୍ କର୍ମଚାରୀଙ୍କ ମଧ୍ୟରୁ ସମସ୍ତେ ମୃତ କିମ୍ବା ଅବସରପ୍ରାପ୍ତ ହୋଇଥିବାରୁ ଏହି ନିଷ୍ପତି ନିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା