
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ଓଡ଼ିଶା ଅର୍ଥ ସେବା (ନିଯୁକ୍ତି ଓ ସେବା ସର୍ଭାବଳୀ) ନିୟମ, ୨୦୧୧ର ନିୟମ ୧୭ କୁ ସଂଶୋଧନ କରାଯାଇଛି। ଏହି ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଶାସନିକ ଆବଶ୍ୟକତା ଆଧାରରେ ଓଡ଼ିଶା ଅର୍ଥ ସେବା ଅଧିକାରୀମାନଙ୍କ ପାଇଁ ସମୟ ସମୟରେ ସଂସ୍ଥାଗତ ଏବଂ ନିଯୁକ୍ତି ପ୍ରଶିକ୍ଷଣର ଅବଧୂ ନିର୍ଦ୍ଧାରଣ କିମ୍ବା ସଂଶୋଧନ କରିବା ପାଇଁ ସରକାରଙ୍କୁ କ୍ଷମତା ପ୍ରଦାନ କରିବା ।
ବର୍ତମାନ ଏହି ନିୟମ ଅନୁଯାୟୀ ସିଧାସଳଖ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ପାଇଁ ଇଣ୍ଡକସନ୍ ତାଲିମ ପାଇଁ ଥିବା ଏକ ବର୍ଷ ଏବଂ ପଦୋନ୍ନତିପ୍ରାପ୍ତ ଅଧିକାରୀଙ୍କ ପାଇଁ ସଂସ୍ଥାଗତ ପ୍ରଶିକ୍ଷଣ ଥୁବା ଚାରି ମାସ କୁ ପରିବର୍ତନ କରି ଆବଶ୍ୟକତା ଅନୁଯାୟୀ ପ୍ରଶିକ୍ଷଣ ଅବଧୂ ନିର୍ଦ୍ଧାରଣ କରିବାକୁ ସରକାରଙ୍କୁ ସକ୍ଷମ କରିବ । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରାସଙ୍ଗିକ, ପ୍ରଭାବଶାଳୀ ଏବଂ ବିକଶିତ ସେବା ଆବଶ୍ୟକତା ମହିତ ସମନ୍ୱିତ ରହିବା ସୁନିଶ୍ଚିତ କରି ଅଧୁକ ନମନୀୟତା ପ୍ରଦାନ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା