
ଛାତ୍ରଙ୍କୁ ୧୬ ହଜାର , ଛାତ୍ରୀଙ୍କୁ ୧୭ ହଜାର ଟଙ୍କା ମିଳିବ
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ସରକାର ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତଥା ବିଦ୍ୟାଳୟ ଏବଂ ଗଣଶିକ୍ଷା ନିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜନଜାତି/ଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଦାନ କରାଯାଉଥିବା ପ୍ରାକ୍- ମାଟ୍ରିକ ଛାତ୍ରବୃତିର ହାର ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ରାଜ୍ୟରେ ଖାଦ୍ୟ ସାମଗ୍ରୀ ଏବଂ ଦୈନିକ ବ୍ୟବହାର କରାଯାଉଥିବା ଅନ୍ୟାନ୍ୟ ଅତିଆବଶ୍ୟକ ସାମଗ୍ରୀ/ ବସ୍ତୁର ଦରଦାମ ବୃଦ୍ଧିକୁ ଲକ୍ଷ୍ୟକରି ସରକାର ଏହି ନିଷ୍ପତି ନେଇଛନ୍ତି। ଛାତ୍ରମାନଙ୍କ ପାଇଁ ଏହି ରାଶି ବାର୍ଷିକ ୧୦୫୦୦ଟଙ୍କାରୁ ୧୬୦୦୦ ଟଙ୍କା ଏବଂ ଛାତ୍ରୀମାନଙ୍କ ପାଇଁ ୧୧,୦୦୦ ଟଙ୍କା ରୁ୧୭,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ଛାତ୍ରବୃଦ୍ଧି, ଶିଶୁଦାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ । ଅନ୍ୱେଶା ଛାତ୍ରାବାସରେ ଅଧୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍- ମାଟ୍ରିକ ଛାତ୍ରବୃତି ବାର୍ଷିକ ୧୧,୦୦୦ ରୁ ୧୭,୦୦୦ କୁ ବୃଦ୍ଧି କରିଛନ୍ତି । ସେହିପରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଦାନ କରାଯାଉଥିବା ମେସ ପରିଚାଳନା ଖର୍ଚ୍ଚ ଯଥା ମାଟ୍ରିକ ପରବର୍ତ୍ତୀ ଛାତ୍ରବୃଦ୍ଧି ହାର କୁ ମଧ୍ୟ ବୃଦ୍ଧି କରିଛନ୍ତି। ଏହି ଯୋଜନା ମାଧ୍ୟମରେ ପ୍ରତି ଛାତ୍ରଛାତ୍ରୀ ପିଛା ବାର୍ଷିକ ଜଗ୍ଦ.୧୧,୦୦୦ ରୁ ୧୬,୦୦୦ ଛାତ୍ରମାନଙ୍କ ପାଇଁ ଏବଂ ୧୭,୦୦୦ ଛାତ୍ରୀମାନଙ୍କ ପାଇଁ ବୃଦ୍ଧି କରାଯାଇଛି। ଏହି ଛାତ୍ରବୃଦ୍ଧି ସଂଶୋଧନ ଦ୍ୱାରା ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ଉନ୍ନତମାନର ଓ ପରିମାଣର ପୁଷ୍ଟିକର ଖାଦ୍ୟ ପାଇପାରିବେ । ଏହି ବଦ୍ଧିତ ଛାତ୍ରବୃରି ୨୦୨୫-୨୬ ଶିକ୍ଷାବର୍ଷର ଡିସେମ୍ବର ମାସ ପହିଲା ଠାରୁ ଲାଗୁ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା