ଖଣି ଲିଜ୍ ଆବଂଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା ପ୍ରଚଳନ
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ରାଜ୍ୟ ସରକାର, ସୈରାତ ଉତ୍ସ ଯୋଗାଣ, ଚାହିଦା ଶୃଙ୍ଖଳ ଏବଂ ଲଘୁ ଖଣିଜ ପଦାର୍ଥର ମୂଲ୍ୟ ବର୍ତମାନର ପରିସ୍ଥିତିକୁ ସମୀକ୍ଷା କରି, ରାଜ୍ୟରେ ଖଣି ଲିଜ୍ ଆବଂଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ନୂତନ ବ୍ୟବସ୍ଥା ଲଘୁ ଖଣିଜ ଉତ୍ସଗୁଡ଼ିକର ଆବଣ୍ଟନ ଏବଂ କ
ଖଣି ଲିଜ୍ ଆବଂଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା ପ୍ରଚଳନ


ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ରାଜ୍ୟ ସରକାର, ସୈରାତ ଉତ୍ସ ଯୋଗାଣ, ଚାହିଦା ଶୃଙ୍ଖଳ ଏବଂ ଲଘୁ ଖଣିଜ ପଦାର୍ଥର ମୂଲ୍ୟ ବର୍ତମାନର ପରିସ୍ଥିତିକୁ ସମୀକ୍ଷା କରି, ରାଜ୍ୟରେ ଖଣି ଲିଜ୍ ଆବଂଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ନୂତନ ବ୍ୟବସ୍ଥା ଲଘୁ ଖଣିଜ ଉତ୍ସଗୁଡ଼ିକର ଆବଣ୍ଟନ ଏବଂ କାର୍ଯ୍ୟକ୍ଷମତାକୁ ତ୍ୱରାନ୍ୱିତ କରିବା ସହ ଯୋଗାଣ ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ଗ୍ରାମ କରିବ ଏବଂ ସୁଲଭ ମୂଲ୍ୟରେ ଲଘୁ ଖଣିଜ ଯୋଗାଣ ସୁନିଶ୍ଚିତ କରିବ । ଏତଦ ବ୍ୟତୀତ, ଘରୋଇ ଜମି ଏବଂ ଇଡକୋ ଲିଜ୍ ପ୍ରାପ୍ତ ଜମିରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ସମୟରେ ଉତୋଳିତ ଲଘୁ ଖଣିଜର ବିନିଯୋଗ ପାଇଁ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏହି ସଂଶୋଧନରେ ବେଆଇନ ଲଘୁ ଖଣିଜ ଖଣିଜ ପଦାର୍ଥ ଚୋରାଚାଲାଣକୁ ପ୍ରତିରୋଧ କରିବା ସହ ଏହାର ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣ ର ବ୍ୟବସ୍ଥା ରହିଛି ।

ଉପରୋକ୍ତ ଆଧାରରେ, କ୍ୟାବିନେଟର ଅନୁମୋଦନ ପରେ ଓଡିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ରେ ସଂଶୋଧନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande