
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ)- ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ୟୁନିଫର୍ମ ସର୍ଭିସ୍ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ କରାଯିବ । କମିଟିରେ ଜଣେ ଅଧ୍ୟକ୍ଷ ଓ ୨ ସଦସ୍ୟ ରହିବେ। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ।
ଓଡ଼ିଶା ପୋଲିସ୍ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି, ବିଭିନ୍ନ ବୋର୍ଡ ମାଧ୍ୟମରେ ପରିଚାଳିତ ହେଉଛି। ଏଥି ଯୋଗୁ ନିଯୁକ୍ତି ପରୀକ୍ଷାରେ ଅସ୍ୱାଭାବିକ ବିଳମ୍ବ ଏବଂ ଅନିୟମିତତା ଦେଖାଦେଇଛି । ତେଣୁ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଲାଗି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନାମରେ ଏକ ସ୍ୱତନ୍ତ୍ର ନିଯୁକ୍ତିସଂସ୍ଥା ଗଠନ କରାଯିବା ପ୍ରସ୍ତାବିତ ହୋଇଛି। ଯାହା ଗୃହ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ପୁଲସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ । ଏହି ଆୟୋଗ ଗଠନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ପ୍ରକ୍ରିୟା ମାଧ୍ୟମରେ ଓଡ଼ିଶାର ସମସ୍ତ ୟୁନିଫର୍ମ ସେବାରେ ସମୟୋଚିତ, ଗଳ୍ପ, ଦକ୍ଷ ଏବଂ ଯୋଗ୍ୟତା ଭିଭିକ ନିଯୁକ୍ତି ନିଶ୍ଚିତ କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା